Odiapua.com

‘ଆୟୁଷ୍ମାନ ଭବ’ ସ୍ୱାସ୍ଥ୍ୟମେଳାରେ ୬୮୦ ରୋଗୀ ଚିକିତ୍ସିତ

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ‘ଅୟୁଷ୍ମାନ ଭବ’ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇ ୬୮୦ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ରାୟ, ଅସ୍ତ୍ରୋପଚାର ଚିକିତ୍ସା ବିଶେଷଜ୍ଞ ଡାକ୍ତର କୃଷ୍ଣଚନ୍ଦ୍ର ସାହୁ, ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସୁଧାଂଶୁ ଶେଖର ବେହେରା, ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ସିଂ, ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସ୍ମରଣିକା ଶତପଥି, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ ମହାରଣା, ଭେଷଜ ଚିକିତ୍ସା ବିଶେଷଜ୍ଞ ଡାକ୍ତର ମୀନକେତନ ମହାନ୍ତି, ଆୟୁଷ ଡାକ୍ତ ଦେବଦତ୍ତ ପାଣିଗ୍ରାହୀ, ଡାକ୍ତର ଆଦିତ୍ୟ କୁମାର ସାହୁ ଓ ଡାକ୍ତର ପ୍ରଭାସ କୁମାର ମିଶ୍ର ନିଜ ନିଜ ବିଭାଗର ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇଥିଲେ । ବି.ପି.ଏମ. ରଶ୍ମିରେଖା ପୃଷ୍ଟି, ଜନସ୍ୱାସ୍ଥ୍ୟ ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ, ବି.ଏ.ଏମ. ରଞ୍ଜିତ କୁମାର ବରାଳ, ଫାର୍ମାଶିଷ୍ଟ ପଙ୍କଜ କୁମାର ବେହେରା, ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ ମେଳା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।