Odiapua.com

ଆୟୁର୍ବେଦିକ ଚିକିତ୍ସାଳୟ ଚଲାଉଛନ୍ତି ରାତ୍ରୀ ଜଗୁଆଳି ସୁଇପର୍‌

ନୟାଗଡ/୨୨/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର ଆୟୁର୍ବେଦ ଚିକିତ୍ସାକୁ ପ୍ରାଧାନ୍ୟ ଦେଇ ଜିଲ୍ଲା ଠାରୁ ବ୍ଲକ ପର୍ଯ୍ୟନ୍ତ ଆୟୁର୍ବେଦ ଚିକିତ୍ସା ମାନ ଖୋଲିଛନ୍ତି। କିନ୍ତୁ ପରିଚାଳନା ଗତ ତ୍ରୃଟି ଯୋଗୁଁ ଅନେକ ଚିକିତ୍ସା କେନ୍ଦ୍ରରେ ତାଲା ଝୁଲୁଛି। ଯାହଫଳରେ ଆୟୁର୍ବେଦ ଚିକିତ୍ସା ଉପରେ ଭରସା କରୁଥିବା ଲୋକମାନେ ଚିକିତ୍ସାରୁ ବଂଚିତ ହେଉଛନ୍ତି। ସେଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମ ପଞ୍ଚାୟତରେ ଥିବା ଆୟୁର୍ବେଦିକ ଚିକିତ୍ସାଳୟ। ୨୦୧୪ ମସିହାରେ ତତ୍‌କାଳୀନ ସାଂସଦ ବ୍ରଜକିଶୋର ତ୍ରିପାଠୀ ଙ୍କ କରକମଳରେ ବ୍ରଜରାଜପୁର ରେ ଆୟୁର୍ବେଦିକ ଚିକିତ୍ସାଳୟ ଉଦଘାଟନ ହୋଇଥିଲା। କିନ୍ତୁ ଏବେ ଡାକ୍ତର ବସନ୍ତ କୁମାର ସେଠୀ ବ୍ରଜରାଜପୁର ଆୟୁର୍ବେଦିକ ଚିକିତ୍ସାଳୟର ଅତିରିକ୍ତ ଦାୟୀତ୍ୱରେ ଅଛନ୍ତି। ସେ ଖୋର୍ଦ୍ଧାଜିଲ୍ଲା ଶଗଡଭଙ୍ଗା ଆୟୁର୍ବେଦିକ ଚିକିତ୍ସାଳୟରେ ନିଯୁକ୍ତ ରହି କାର୍ଯ୍ୟ କରୁଛନ୍ତି। ସପ୍ତାହରେ ୨ ଦିନ ବ୍ରଜରାଜପୁର ଆର‌୍ୟୁବେଦ ଚିକିତ୍ସା କେନ୍ଦ୍ରକୁ ଆସିଥାନ୍ତି। ଅନ୍ୟ ଦିନ ମାନଙ୍କରେ ବ୍ରଜରାଜପୁର ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ରର ରାତ୍ରୀ ଜଗୁଆଳି ଥିବା ସଫେଇ କର୍ମଚାରୀ ସୁଧିର କୁମାର ପ୍ରଧାନ ଚିକିତ୍ସାଳୟ ଚଲାଇଥାନ୍ତି ା ଯେକି ପାର୍ଟ ଟାଇମ୍ ଭାବରେ ନିଯୁକ୍ତି ପାଇଛନ୍ତି। ଯାହାଫଳରେ ଜନସାଧାରଣ ଆୟୁର୍ବେଦିକ ଚିକିତ୍ସା ରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି। ଅବିଭକ୍ତ ପୁରୀ ଖୋର୍ଦ୍ଧା ନୟାଗଡ ଜିଲ୍ଲାରେ ଜଣେ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଫିସର ଅଛନ୍ତି।

ଏ ସର୍ମ୍ପକେ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଫିସର ରେଣୁ ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରେ ରାତ୍ରୀ ଜଗୁଆଳି ସଫେଇ କର୍ମଚାରୀ ବ୍ରଜରାଜପୁର ଆୟୁର୍ବେଦିକ ଚିକିତ୍ସାଳୟ କୁ ଚଲାଉଥିବା କଥା ସ୍ୱୀକାର କରନ୍ତି। କୁହନ୍ତି ନୟାଗଡ ଜିଲ୍ଲାରେ ୧୫ ଗୋଟି ଆୟୁର୍ବେଦିକ ଚିକିତ୍ସାଳୟ ଥିବା ବେଳେ ଆମପାଖରେ ମାତ୍ର ୫ ଜଣ ଆୟୁର୍ବେଦିକ ଡାକ୍ତର ରହିଛନ୍ତି। ଯାହାଫଳରେ ସବୁଦିନ ଡାକ୍ତରଖାନା ଖୋଲିବା ସମ୍ଭବ ହେଉନାହିଁ। ବ୍ରଜରାଜପୁର ଅର‌୍ୟୁବେଦିକ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଡାକ୍ତର ୪ବର୍ଷ ତଳେ ଅବସର ଗ୍ରହଣ କରିଥିଲେ। ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ପାଇଥିବା ଡାକ୍ତର ୩ ବର୍ଷ ହେଲା ଉଚ୍ଚଶିକ୍ଷା ପାଇଁ ଯାଇଛନ୍ତି। ତାଙ୍କ ସ୍ଥାନରେ ଶଗଡଭଙ୍ଗା ଡାକ୍ତର ବସନ୍ତ କୁମାର ସେଠୀ ଙ୍କୁ ସପ୍ତାହରେ ୨ ଦିନ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି। ସେଠାରେ ଜଣେ ଫାର୍ମାସିଷ୍ଟ ନିଯୁକ୍ତି ଦିଆଯାଇଛି। ହେଲେ ସେ କାର୍ଯ୍ୟ କରୁଛନ୍ତି ନା ନାହିଁ ମୋ ପାଖରେ ଖବର ନାହିଁ। ଆୟୁର୍ବେଦିକ ଚିକିତ୍ସା କିପରି ଚାଲିଛି ଏହା ହେଉଛି ତାର ଜ୍ୱଳନ୍ତ ପ୍ରମାଣ। ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଜନସାଧାରଣ ଦାବି କରୁଛନ୍ତି। ପ୍ରକାଶ ଥାଉକି ବ୍ରଜରାଜପୁର ଆୟୁର୍ବେଦିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ରାତ୍ରୀ ଜଗୁଆଳି ସୁଇପରଙ୍କର ଏ ଯାଏଁ ଚାକିରୀ ସ୍ଥାୟୀ ନିଯୁକ୍ତି ହୋଇନାହିଁ। ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି।