Odiapua.com

ଆୟୁରବୈଦିକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବୀର

ଖଡିଆଳ/ନୂଆପଡା-୦୩.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ବୋଡେନ ବ୍ଲକ କର୍ଲାକୋଟରେ ଗତ ୧ ସପ୍ତାହରୁ ଅଧିକ ହେଲା ଦୁଷୂତ ପାଣି ପିଇବା ଫଳରେ ଅନେକ ଶିଶୂ ମାନଙ୍କୁ ଜଣ୍ଡିସ ରୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହି ଜଣ୍ଡିସ ରୋଗର ଚିକିତ୍ସା ପାଇଁ ଆୟୁରବୈଦିକ ର ଚିକିତ୍ସା ଅନେକାଂଶରେ ସଫଳ ହୋଇଥାଏ। ଜଣ୍ଡିସ ହୋଇଥିବା ଖବରପାଇ ଖଡିଆଳ ବ୍ଲକ ଭୁଲିଆସିକୁଆଁବ ର ଆୟୁତବୈଦିକ ଚିକିତ୍ସକ ତଥା ଖଡିଆଳ ବୈଦ୍ୟ ମହାସଂଘର ସଭାପତି ଲଏବାନ ବାଗ ଙ୍କ ସହିତ ଏକ ସେବାକାରି ଦଳ କର୍ଲାକୋର୍ଟ କୁ ଯାଇ ଜଣ୍ଡିସ ହୋଇଥିବା ରୋଗୀ ମାନଙ୍କୁ ଆୟୁରବୈଦିକ ମାଗଣା ଚିକିତ୍ସା କରିଥିଲେ। ସମସ୍ତ ଙ୍କୁ ମାଗଣାରେ ଚିକିତ୍ସା କରିବା ସହିତ ମାଗଣାରେ ଆୟୁରବୈଦିକ ଔଷଧ ବଂଟନ କରିଥିଲେ। ପୁଣି ଜଣ୍ଡିସ ରୋଗକୁ ଦୁର କରିବା ପାଇଁ ବିିଭିନ୍ନ ପ୍ରକାର ସଚେତନ ବାର୍ତ୍ତା ଦେଇଥିଲେ। ଏହି ମାଗଣା ସ୍ୱାସ୍ଥ୍ୟ ଶିବୀର ରେ ଲୋକରଜଂନ ସୁନାନୀ, କମଳ କୁମାର ସମେତ ଅନାନ୍ୟ ସହେଯାଗୀ ମାନେ ସାମିଳ ହୋଇ ସହଯୋଗ କରିଥିଲେ। ସୂଚନା ଥାଉକି ଆୟୁରବୈଦିକ ଚିକିତ୍ସକ ଲଏବାନ ବାଗ ଖଡିଆଳ ଅଂଚଳ ରେ ମଝିରେ ମଝିରେ ମାଗଣାରେ ସ୍ୱାସ୍ଥ୍ୟ ଶିବୀର ମାନ କରି ଗରିବ ଲୋକମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରିଥାନ୍ତି। ତାଙ୍କର ଏତାଦୃଶ୍ୟ କାମ ପାଇଁ ଲଏବାନ ବାଗ ଖଡିଆଳ ଅଂଚଳରେ ବେଶ ପରିଚିତ।