Odiapua.com

ଆୟବହିର୍ବୃତ୍ତ ସମ୍ପତି ଠୁଳ ଅଭିଯୋଗ: କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଡାଉ

ଭୁବନେଶ୍ୱର ୨୫ -୧୧ (ଓଡ଼ିଆ ପୁଅ) ଆୟବହିର୍ବୃତ୍ତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ଆଇ.ଟି.ଡି.ଏ ର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଡାଉ ହୋଇଛି। ଏକ ସଙ୍ଗରେ ବାରିପଦା, ବାଲେଶ୍ବର, ଭଦ୍ରକରେ ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି। କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଚାଲିଛି ବୋଲି ଜଣାପଡ଼ିଛି।

ସୂଚନା ମତେ ବହୁତ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅଭିଯୋଗ ରହିଥିଲା।

ଆଜି ସକାଳୁ ସନ୍ତୋଷ ଦାସଙ୍କ ବାଲେଶ୍ୱର ଜିଲା ଭୋଗରାଇରେ ଥିବା ତାଙ୍କର ଶ୍ୱଶୁର ଘର, ବାରିପଦାରେ ଥିବା ତାଙ୍କ ପୈତୃକ ଘର ଏବଂ ତାଙ୍କ ଅଫିସ କାର୍ଯ୍ୟାଳୟ ଆଦିରେ ଚଢ଼ାଉ ଜାରି ରହିଛି।