Odiapua.com

ଆହୁରି ଛେଚିବ ୨୪ ଘଣ୍ଟା

ଭୁବନେଶ୍ଵର,୨୫/୦୯,(ଓଡ଼ିଆ ପୁଅ ପି ନାଏକ):ସାରା ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା । ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏଭଳି ବର୍ଷା ଜାରି ରହିବ ବୋଲି ସୂଚନା ରହିଛି । ଆଜି ସକାଳେ ରାଜ୍ୟର କିଛି ସ୍ଥାନରେ ବର୍ଷା ଯୋଗୁ ବେହାଲ ରାଜ୍ୟବାସୀ । ରାଜ୍ୟର କିଛି ଜିଲ୍ଲାରେ ଆଜି ମଧ୍ୟ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।