Odiapua.com

ଆହା କି ସୁନ୍ଦର ରାଜନୀତି; କଂଗ୍ରେସ ସମୁଦିକୁ ବିଜେପି ସମୁଦୁଣୀ ..

ନୂଆଦିଲ୍ଲୀ: ବେଳେବେଳେ ନିର୍ବାଚନରେ କିଛି ରୋଚକ ଦିଗ ଦେଖିବାକୁ ମିଳେ। ମଧ୍ୟପ୍ରଦେଶ ବିଧାନସଭା ଉପ- ନିର୍ବାଚନରେ ​​ସେହିପରି କିଛି ରୋଚକ ଘଟଣା ଦେଖିବାକୁ ମିଳିବ। ଯେଉଁଥିରେ ଗୋୱାଲିଅର ଜିଲ୍ଲାର ୧୯- ଡବରା ଆସନରେ ସମୁଦି ଆଉ ସମୁଦୁଣୀ ନିର୍ବାଚନ ମଞ୍ଚରେ ପରସ୍ପର ବିରୋଧରେ ଲଢ଼ିବେ। ଗତ ବିଧାନସଭା ନିର୍ବାଚନରେ ସମୁଦୁଣୀଙ୍କ ପାଇଁ ​ଭୋଟ୍ ମାଗିଥିବା ସମୁଦି ଏଥର ନିଜେ ସମୁଦୁଣୀଙ୍କୁ ଚ୍ୟାଲେଞ୍ଜ୍ ଦେବେ। କଂଗ୍ରେସ ଏଥର ସମୁଦି ସୁରେଶ ରାଜେଙ୍କୁ ଡବରା ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଯେତେବେଳେ କି ବିଜେପି ଟିକେଟରେ ସମୁଦୁଣୀ ଇମରତୀ ଦେବୀ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଅତୀତରେ ସମୁଦିଙ୍କୁ ପରାସ୍ତ କରି ସାରିଛନ୍ତି ସମୁଦୁଣୀ –
ଏମିତିରେ ଥରେ ସମୁଦିଙ୍କୁ ପରାସ୍ତ କରି ସାରିଛନ୍ତି ସମୁଦୁଣୀ। ଏହି ଦୁଇ ପ୍ରାର୍ଥୀ ୨୦୧୩ ନିର୍ବାଚନରେ ଡବରା ଆସନରୁ ପରସ୍ପର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ, ସେତେବେଳେ ଏମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା। ଗତ ବିଧାନସଭା ନିର୍ବାଚନରେ ​​ଅର୍ଥାତ୍ ୨୦୧୮ରେ ସୁରେଶ ରାଜେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇ ତାଙ୍କ ସମୁଦୁଣୀ ଇମରତୀ ଦେବୀଙ୍କ ପାଇଁ ପ୍ରଚାର କରିଥିଲେ ଏବଂ ଇମରତୀ ଦେବୀ ୫୭ ହଜାର ଭୋଟରେ ଜିତିଥିଲେ। ଏହା ପୂର୍ବରୁ ୨୦୧୩ ନିର୍ବାଚନରେ ବିଜେପି ସୁରେଶଙ୍କୁ ଟିକେଟ ଦେଇଥିଲା। କଂଗ୍ରେସରୁ ପାର୍ଥି ହୋଇଥିଲେ ଇମରତୀ ଦେବୀ। ଇମରତୀ ଦେବୀ ୩୨,୦୦୦ ଭୋଟରେ ସୁରେଶ ରାଜେଙ୍କୁ ପରାସ୍ତ କରିଥିଲେ। ଏବେ ବିଧାନସଭା ନିର୍ବାଚନରେ ଇମରତୀ ଦେବୀ ଏବଂ ସୁରେଶ ରାଜେ ଦ୍ୱିତୀୟ ଥର ପାଇଁ ପରସ୍ପର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସମୁଦିଙ୍କ ଉପରେ ସମୁଦୁଣୀ ଭାରୀ –
ପୂର୍ବ ରେକର୍ଡକୁ ଦେଖିଲେ ସମୁଦୁଣୀ ଇମରତୀ ଦେବୀ ସମୁଦି ସୁରେଶ ରାଜେଙ୍କ ଉପରେ ଭାରି ରହିବେ। କାରଣ ଇମରତୀ ଦେବୀ ଏହି ବିଧାନସଭା ନିର୍ବାଚନରେ ​​ତିନି ଥର ଜିତି ସାରିଛନ୍ତି ଏବଂ ଥରେ ସୁରେଶ ରାଜେଙ୍କୁ ମଧ୍ୟ ପରାସ୍ତ କରି ସାରିଛନ୍ତି। କିନ୍ତୁ, କଂଗ୍ରେସ ଦାବି କରିଛି ଯେ ପ୍ରତ୍ୟେକ ଥର ସେ କଂଗ୍ରେସ ନାମରେ ଭୋଟ୍ ପାଇଥିଲେ। ତାଙ୍କର ବ୍ୟକ୍ତିଗତ ଭାବରେ କୌଣସି ରାଜନୈତିକ ଅସ୍ତିତ୍ୱ ନାହିଁ। ଏଥର ଜନସାଧାରଣ ଇମରତୀ ଦେବୀଙ୍କୁ ଗ୍ରହଣ କରିବେ ନାହିଁ ଏବଂ ସୁରେଶ ରାଜେ ଡାବରା ଆସନରୁ ବିଧାନସଭାରେ ପହଞ୍ଚିବେ। /- @DevDr