Odiapua.com

ଆହାତ ବିଦ୍ୟୁତ ବିଭାଗର ଠିକା ଶ୍ରମିକଙ୍କୁ ନେଇ ତେଜିଲା ଆନ୍ଦୋଳନ

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ର ଶକ୍ତି ବିଭାଗ କୁ ନିଜ ଅଧିନ ରେ ଟାଟା ପାୱାର ନେବା ପରେ ବଢିଛି ତାର ମନମାନି।କିଛି ବଡ଼ ବଢିଆ ଅଧିକାରୀ ଙ୍କୁ ନିଯୁକ୍ତି ଦେଇ ଟାଟା ପାୱାର ସବୁ କିଛି ଟେକି ଦେଇଛି ଠିକା ସଂସ୍ଥା ଉପରେ। କିଏ ମଲେ କେତେ ଗଲେ କେତେ ତାର ହିସାବ ନାହିଁ ଓଡ଼ିଶା ବିଦ୍ୟୁତ ବିଭାଗ ର ହର୍ତାକର୍ତା ବୋଲାଉ ଥିବା ଟିପିଏନଓଡିଏଲ୍ ପାଖରେ । ସ୍ଥାୟୀ କର୍ମଚାରୀ ନିଯୁକ୍ତି ପରିବର୍ତେ ଅସ୍ଥାୟୀ କର୍ମଚାରୀ ଙ୍କୁ ଏଜେନ୍ସି ମାଧ୍ୟମରେ ରଖି ଟାଟା ପାୱାର ମାଲେମାଲ୍ ହେଉଥିବା ବେଳେ କିପରି ବଳି ପଡୁଛନ୍ତି ଠିକା କର୍ମଚାରୀ ତାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଧାମରା ଗ୍ରୀଡ୍ ଅଧିନ ରେ ଥିବା ବିଦେଇପୁର ସବ୍ ଷ୍ଟେସନ ରେ। ସୂଚନା ମୁତାବକ ଏପ୍ରିଲ ମାସ କୋଡ଼ିଏ ତାରିଖ ରାତି ଏଗାର ଟା ସମୟରେ ବାସୁଦେବ ପୁର ବ୍ଲକ୍ କରଞ୍ଜ ଆଡିଆ ଗ୍ରାମ ର ଜୈନିକ ଯୁବକ ସହଦେବ ତରାଇ ଯିଏ କି ଜଣେ ଠିକା କର୍ମଚାରୀ ଙ୍କୁ ୧୧ କେଭିରେ ତୃଟି ଥିବାରୁ ବିଦେଇପୁର ସବ୍ ଷ୍ଟେସନ ର ସୁପର ଭାଇଜର ଅଜୟ କୁମାର ପୁହାଣ ଫୋନ୍ କରି ତାଙ୍କୁ ଖୁଣ୍ଡି ଉପରକୁ ଚଢ଼ାଇବା ପାଇଁ ବାଧ୍ୟ କରାଇଥିଲେ। ବିଦ୍ୟୁତ୍ ବିଭାଗ ର ସ୍ଥାୟୀ କର୍ମଚାରୀ ମାନେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମୟ ରେ ନିଜକୁ ଅନୁପସ୍ଥିତ ରଖି ଠିକା କର୍ମଚାରୀ ଙ୍କୁ ଖୁଂଟି ଉପରକୁ ଚଢାଇବା ବେଳେ ବେପରୁଆ ଭାବେ ସଟ ଡାଉନ୍ ମଧ୍ୟ ନେଇ ନଥିଲେ। ଫଳରେ ଖୁଣ୍ଡି ଉପରେ ଚଢି ବିଦ୍ୟୁତ ତାର ସଜାଡ଼ିବାକୁ ଯାଇଥିବା ସହଦେବ ତରାଇ ଆସିଥିଲେ ବିଦ୍ୟୁତ ସଂସ୍ପର୍ଶରେ। ବିଦ୍ୟୁତ୍ ଆଘାତ ପାଇବା ସହ ତାଙ୍କ ବାମ ହାତ ସମ୍ପୁର୍ଣ୍ଣ ଜଳିଯାଇଥିଲା। ଏବେସେ ମରଣ ମୁହଁରେ ଭୂବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ହାତ ବାନ୍ଧି ବସିଛି ଟାଟା ପାୱାର ଅଧିନ ରେ ଥିବା ବିଦ୍ୟୁତ ବିଭାଗ। ଘଟଣା ଘଟିବାର ଦୀର୍ଘ ଛବିଶ ଦିନ ଘଟିଯାଇଥିଲେ ମଧ୍ୟ ସହାୟତା ତ ଦୂରର କଥା ସାଧାରଣ ସମବେଦନା ଉଚିତ୍ ମନେ କରିନାହିଁ ଟାଟା ପାୱାର କର୍ତୃପକ୍ଷ।ଏ ନେଇ ସ୍ଥାନୀୟ ଅଂଚଳରେ ତିବ୍ର ଉତେଜନା ସହ ଧାରଣା ବସିଛନ୍ତି ବିଦେଇପୁର ସବ୍ ଷ୍ଟେସନ ଆଗରେ ଗ୍ରାମବାସୀ। ଏବେ ଦେଖିବାକୁ ବାକି ରହିଲା ଅଭାବି ପରିବାର ର ଠିକା କର୍ମଚାରୀ ସହଦେବ ତରାଇ ଙ୍କୁ ଆର୍ôଥକ ସହାୟତା ସହ ରାତି ଏଗାର ଟା ବେଳେ ତାଙ୍କୁ ବିପଦ ପୂର୍ଣ୍ଣ ବିଦ୍ୟୁତ ଖୁଂଟ ରେ ଚଢ଼ାଇଥିବା ଅଧିକାରୀ ମାନଙ୍କ ଉପରେ ଦଣ୍ଡ ମିଳିବ କେବେ।