Odiapua.com

ଆସ୍ଥା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ, ଜୁନାଗଡ ବିଧାୟକ ଦିବ୍ୟ ମିଶ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ

କଳାହାଣ୍ଡି – ୩୦.୦୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳିରେ ଅବିଭକ୍ତ କଳାହାଣ୍ଡିର ଜୁନାଗଡ ବିଧାୟକ ଦିବ୍ୟଶଂକର ମିଶ୍ରଙ୍କୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦିଆଯାଇଥିବାରୁ ସମଗ୍ର ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗ, ଶିଳ୍ପ ବିଭାଗ ତଥା ଏମଏସଏମଇ ଭଲି ବିଭାଗର ସ୍ୱତନ୍ତ୍ର ପାହ୍ୟା ରାଷ୍ଟ୍ର ମନ୍ତ୍ରୀ ଦାୟୀତ୍ୱ ଦେଇଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ନିଜ ଅଧିନରେ କାର୍ଯ୍ୟ କରିବାକୁ ଦାୟୀତ୍ୱ ଦେଇଥିବା ଜଣାପଡିଛି। ବାୟୁସେନା ପଦାଧିକାରୀ ଭାବେ ଅବସର ନେବାପରେ ଗତ ୨୦୧୪ରେ ପ୍ରଥମ କରି ବିଜେଡିରୁ ଜୁନାଗଡ ବିଧାୟକ ଭାବେ ନିର୍ବାଚିତ ହେବା ପରେ ନିଜ ନିର୍ବାଚନ ମଣ୍ଡଳୀ ସହିତ ଏତେ ଗଭୀର ଭାବେ ଜଡିତ ହୋଇଯାଇଥିଲେ ଯେ, ୨୦୧୯ରେ ଟିକେଟ ପାଇବା ପାଇଁ ବହୁ ଘାତ ପ୍ରତିଘାତ ଦେଖାଦେଇଥିଲେହେଁ ନିର୍ବାଚିତ ହେବାକୁ ବିଶେଷ ଅସୁବିଧା ହୋଇନଥିବା ସାଧାରଣରୁ ପ୍ରକାଶ। ଦ୍ୱିତୀୟ ଥର ବିଧାୟକ ହେବା ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ତୁରନ୍ତ ନିଜ ବିଭାଗର ଦାୟୀତ୍ୱ ନେଇ ନିକଟ ଅତୀତରେ ଫନି ଭଲି ବାତ୍ୟାରେ ହୋଇଥିବା କ୍ଷତିର ତୁରନ୍ତ ସମାଧାନ କରିବାକୁ ପଦକ୍ଷେପ ନେଇଥିବାରୁ ଜନସାଧାରଣରେ ଆହୁରି ଲୋକପ୍ରିୟ ହୋଇଯାଇଥିବା ଜଣାପଡିଛି। ଅବିଭକ୍ତ କଳାହାଣ୍ଡି ଜିଲ୍ଲା ତଥା କଳାହାଣ୍ଡି ଲୋକସବା ଅଂଚଳରେ ଥିବା ସାତଟି ବିଧାନସଭା ମଧ୍ୟରୁ ବିଜେଡିରୁ ନର୍ଲାରୁ ପ୍ରାକ୍ତନ ବିରୋଧିଦଳ ନେତା ଭୂପିନ୍ଦର ସିଂ ଓ ନୂଆପଡାରୁ ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଢୋଲକିଆ ବ୍ୟତୀତ ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଂଜିଗଡ ବିଧାୟଲ ପ୍ରଧୀପ ଦିଶାରୀ ନବାଗତ ହୋଇଥିବା ବେଳେ ଭବାନୀଡାଟଣା ରୁ ପ୍ରଦୀଫ ନ୍ଧଶଳ ବିଜେପିରୁ ଏବଂ ଖଡିଆଳରୁ ଅଧିରାଜ ପାଣିଗ୍ରାହୀ କଂଗ୍ରେସରୁ ନିର୍ବାଚିତ ହୋଇଥିବା ବେଳେ କେବଳ ଜୁନାଗଡ ବିଧାୟକ ଦିବ୍ୟଶଂକର ମିଶ୍ର ହିଁ ଲଗାତାର ଭାବେ ବିଜେଡିରୁ ଦ୍ୱିତୀୟଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇଛନ୍ତି। ବିଧାୟକ ମିଶ୍ର ଙ୍କ କଠିନ ପରିଶ୍ରମ ଏବଂ ଦଳ ପାଇଁ ତଥା ଲୋକଙ୍କ ପାଇଁ ତାଙ୍କର ନିଷ୍ଠାପର ସେବା ମନୋବୃତି ଯୋଗୁଁ ନବୀନ-୨ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିବା ଜୁନାଗଡ ନିର୍ବାଚନ ମଣ୍ଡଳୀ ବାସୀ ପ୍ରକାଶ କରନ୍ତି। ଆଗାମୀଦିନରେଏହି ଅଂଚଳର ବିକାଶ ଆହୁରି ଅଗ୍ରଗତି ହୋଇପାରିବ ବୋଲି ଶ୍ରୀ ମିଶ୍ରଙ୍କ ସୂତ୍ରରୁ ପ୍ରକାଶ। କ୍ୟାପଟେନ ମିଶ୍ରଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ସମଗ୍ର ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।