Odiapua.com

ଆସୁଛି ସ୍ବିଗୀର ନୂଆ ପ୍ଲାନ

ନୂଆଦିଲ୍ଲୀ,୦୭/୦୮,( ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ବର୍ତ୍ତମାନ ମାର୍କେଟରେ ଅନେକ ଫୁଡ୍ ଡେଲିଭରୀ ଆପ୍ ଖୋଲିବା ସହ ପରସ୍ପର ମଧ୍ୟରେ ମାର୍କେଟରେ କଡ଼ା ଟକ୍କର ମଧ୍ୟ ଲାଗିଛି। କିନ୍ତୁ ଅଧିକାଂଶ ଲୋକମାନେ ଅନଲାଇନରେ ଖାଇବା ଅର୍ଡର କରିବା ପରେ ବିଳମ୍ବରରେ ପହଞ୍ଚୁଥିବାରୁ ଅର୍ଡର କରିବା ପାଇଁ ପସନ୍ଦ କରିନଥାନ୍ତି। zomato, uber ଏବଂ food panda ଭଳି ନିଜର ପ୍ରତିଦ୍ବନ୍ଦୀତାକୁ ଟକ୍କର ଦେବା ପାଇଁ swiggy ନିଜର ସେବାକୁ ଆହୁରି ଉନ୍ନତ କରିବା ପାଇଁ ପ୍ରସ୍ତୁତ ହୋଇଛି।

ଅନଲାଇନ ଫୁଡଇ ଡେଲିଭରୀ ଆପ୍ swiggy ବର୍ତ୍ତମାନ ଫୁଡ୍ ଡେଲିଭରୀ ରେକର୍ଡ ଭାଙ୍ଗିବା ପାଇଁ କାମ ଆରମ୍ଭ କରିଛି। ସୂଚନା ଅନୁଯାୟୀ swiggy ମାର୍କେଟରେ ଗ୍ରାହକମାନଙ୍କ ମନକୁ କିଣିବା ପାଇଁ ସେମାନଙ୍କ ଅର୍ଡର ୧୦ ମିନିଟ ମଧ୍ୟରେ ଡେଲିଭରୀ କରିବାର  ଷ୍ଟ୍ରେଟେଜୀରେ କାମ କରିଥାଏ।

CNBC ର ସୂଚନା ଅନୁଯାୟୀ ସ୍ବିଗୀ କମ ଦୂରତାରେ କିଚେନ୍ ପ୍ରସ୍ତୁତ କରିବା ପାଇଁ କେଟରର୍ସ, ଫୁଡ୍-ବେଭରେଜ୍ ଆଉଟଲେଟ କରିବା ପାଇଁ ଇଣ୍ଡିପେଣ୍ଡେଟ୍ ଅପରେଟର୍ସଙ୍କ ସହ ଟାଇ-ଅପ୍ କରିବ। ଯାହାଦ୍ବାରା ୧୦ ମିନିଟ୍ ମଧ୍ୟରେ ଖାଦ୍ୟ ଡେଲିଭରୀ କରାଯାଇପାରିବ। ବର୍ତ୍ତମାନ ଏହି ଷ୍ଟେଟଜୀ ପାଇଁ କାମ ଆରମ୍ଭ ହୋଇସାରିଛି। କମ୍ପାନୀ ଏଥିପାଇଁ ବିସ୍ତାରରୁ ବ୍ଲୁପ୍ରିଣ୍ଟ ତିଆରି କରିବ। ପ୍ରଥମେ ଏହି ପ୍ରୋଜେକ୍ଟ ବାଙ୍ଗାଲୁର୍ ଏବଂ ଦିଲ୍ଲୀ ଭଳି ବଡ଼ ବଡ଼ ସହରର ପାଇଲଟ ପ୍ରୋଜେକ୍ଟରେ ଲାଗୁ କରାଯିବ। କିନ୍ତୁ ଏହି ଡେଲିଭରୀର ଫାଇଦା ଉଠାଇବା ପାଇଁ ଗ୍ରାହକମାନଙ୍କୁ ଏକ୍ସଟ୍ରା ଟଙ୍କା ଦେବାକୁ ପଡ଼ିବ।