Odiapua.com

ଆସୁଛି ସ୍ବାଧିନତା ଦିବସ

ଭୁବନେଶ୍ଵର,୧୩/୦୪,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଉ ଦିନକ ପରେ ସ୍ବାଧିନତା ଦିବସ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଶେଷ ହେବା ଉପରେ ଅଛି ।ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ୍‌ ପୋଲିସ । ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ପୋଲିସ ଡିଜି। ଏହାସହ ପୋଲିସ ପକ୍ଷରୁ ଫୁଲ ଡ୍ରେସ୍‌ ରିହରସଲ୍‌ ଚାଲିଛି।

ଚଳିତ ବର୍ଷ ମୁଭିଂ ପରେଡ ହେବନାହିଁ କେବଳ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଦିଆଯିବ। ଏଥିରେ ଭାଗ ନେବେ ୪ଟି ଟ୍ରୁଫ୍‌। ୧୨ହଜାର ଦର୍ଶକ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । ଚଳିତବର୍ଷ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ ହେବ ସ୍ୱାଧୀନତା ଉତ୍ସବ।