Odiapua.com

ଆସୁଛି କାର୍ତ୍ତିକ ପରିବା ଦର ଆକାଶଛୁଆଁ

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗକୁ ଆସୁଛି ହବିଷ ମାସ କାର୍ତ୍ତିକ । ଏହି ମାସରେ ଓଡ଼ିଆ ଘରର ଅଧିକାଂଶ ସଦସ୍ୟ ମାନେ ଆମିସ ଭୋଜନ ଗ୍ରହଣ କରନ୍ତି ନାହିଁ । ଏହି ଦିନରେ ଓଡ଼ିଆ ଘରର ଲୋକମାନେ ବିନା ପିଆଜ ରସୁଣରେ ଖାଦ୍ୟ ମଧ୍ୟ ଖାଇଥାନ୍ତି । ଏହି ମାସରେ ଗାଁ ଗାଁରେ ହବିଷ୍ୟାଳି ମାନେ ହବିଷ କରିଥାନ୍ତି । ତେଣୁ ସେମାନେ ମଧ୍ୟ ଆମିଷ ଭୋଜନ ଗ୍ରହଣ କରନ୍ତି ନାହିଁ । ଏହି ମାସରେ ଡଙ୍ଗାଭସା ପୁର୍ଣ୍ଣିମା ପଡ଼ୁଥିବାରୁ ଏହି ମାସକୁ ଓଡ଼ିଆ ମାନେ ଅତି ନିଷ୍ଟାର ସହ ପାଳନ କରିଥାନ୍ତି । କାର୍ତ୍ତିକ ମାସ ପଞ୍ଚୁକ ୫ଦିନ କେହିବି ଓଡ଼ିଆ ମାନେ ଆମିସ ଭୋଜନ ଗ୍ରହଣ କରନ୍ତି ନାହିଁ । ଯେଉଁଥି ପାଇଁ ଏବେ ଠାରୁ ଭଦ୍ରକ ସହରରେ ପରିବା ସହ ଆକାଶ ଛୁଆଁ ହେଲାଣି । ଆଳୁ ସମେତ ସମସ୍ତ ପନି ପରିବା ଦର ଏବେ ହୁ ହୁ ହୋଇ ବଢ଼ିଚାଲିଛି । ଅଧିକାଂଶ ପରିବା ଦର କିଲୋପ୍ରତି ୬୦ଟଙ୍କା ମଧ୍ୟରେ ମଧ୍ୟ ବିକ୍ରୀ ହେଉଛି । ଟୋମାଟ କିଲୋପ୍ରତି ୫୦, ବାଇଗଣ କିଲୋ ୫୦, କାକୁଡ଼ି ୩୦, କଲରା ୫୦, ଝୁଡ଼ଙ୍ଗ ୪୦, ଗାଜର ୩୦, ପୋଟଳ ୬୦, ଭେଣ୍ଡି ୩୦, ଫୁଲକୋଭି ୬୦, କୁନ୍ଦୁରି ୩୦, ମୁଳା ୨୦, ଫେପ୍ସିଗମ୍ ୫୦, ବନ୍ଧାକୋଭି ୪୦ରୁ ୫୦, ଅଦା କିଳୋପ୍ରତି ୧୫୦, ରସୁଣ କିଲୋପ୍ରତି ୧୫୦ ଏବଂ ପିଆଜ କିଲୋ ୩୫ ଥିଲା ବେଳେ ଏବେ ଆଳୁ କେଜି ପ୍ରତି ୩୨ଟଙ୍କାରେ ବିକ୍ରୀ ହେଉଥିବା ଜଣାପଡ଼ିଛି । ଯାହାକୁ ନେଇ ଭଦ୍ରକ ବାସୀ ଅନେକ ସମସ୍ୟାରେ ଗତିକରୁଥିବା କହିଛନ୍ତି । ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ଲୋକାଲ କେସ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ମହାମାରୀ କରୋନା ଆଉ ଗୋଟିଏ ପଟେ ବଜାର ଦର ବଢ଼ୁଥିବାରୁ ଲୋକେ ଏବେ ଚିନ୍ତାରେ ପଡ଼ିସଛନ୍ତି । ବର୍ତ୍ତମାନ ଏଠାରେ କାମ ଧନ୍ଦା ନଥିବା ସାଙ୍ଗକୁ ଖାଦ୍ୟ ସାମଗ୍ରୀ ଦରଦାମ୍ ବୃଦ୍ଧିପାଉଥିବାରୁ କରୋନା ଠାରୁ ଅଧିକ ଚିନ୍ତା ବଢ଼ାଉଛି । ଲୋକେ କିପରି କାର୍ତ୍ତିକ ମାସ ପାଳନ କରିବେ ଏବେଠାରୁ ସେ ଚିନ୍ତା ଘାରିଛି ।