Odiapua.com

ଆସିଲା ୪ ନୂଆ କରୋନା ପଜିଟିଭ୍ ଙ୍କ ଟ୍ରାଭେଲ ହିଷ୍ଟ୍ରୀ – ୨ଜଣଙ୍କ ଦିଲ୍ଲୀ ମରକଜ ଲିଙ୍କ୍

ଭୁବନେଶ୍ୱର ୧୨-୪ (ଓଡ଼ିଆ ପୁଅ) : ଓଡ଼ିଶାରେ ଗତକାଲି ଚିହ୍ନଟ ହୋଇଥିଲେ ଚାରିଜଣ ନୂଆ କରୋନା ଆକ୍ରାନ୍ତ। ଆଜି ଏହି ୪ ନୂଆ କରୋନା ଆକ୍ରାନ୍ତଙ୍କ ସବିଶେଷ ବିବରଣୀ ବିଷୟରେ ଟ୍ୱିଟ୍ କରିଛି ସୂଚନା ଓ ଲୋକସଂପର୍କ ବିଭାଗ। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ନିଜାମୁଦ୍ଦିନ ମରକଜ ଲିଙ୍କ୍ ରହିଛି। ୨ ଜଣ ସୁନ୍ଦରଗଡ଼ର।

୫୧ ନମ୍ବର ଆକ୍ରାନ୍ତ –
ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାର ୬୭ ବର୍ଷୀୟ ବୃଦ୍ଧ। ସେ ମାର୍ଚ୍ଚ ୫ ତାରିଖରେ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସରେ ଦିଲ୍ଲୀ ଯାତ୍ରା କରିଥିଲେ। ୬ରୁ ୧୦ ତାରିଖ ଯାଏ ଦିଲ୍ଲୀରେ ରହିଥିଲେ ଓ ନିଜାମୁଦ୍ଦିନ ମରକଜ ଯାଇଥିଲେ। ୧୦ ତାରିଖରେ ନିଜାମୁଦ୍ଦିନରୁ ବିଳାସପୁର ସମ୍ପର୍କକ୍ରାନ୍ତି ଏକ୍ସପ୍ରେସର ଏସ୍-୪ ବଗି ୪୯ ନମ୍ବର ସିଟ୍‌ରେ ଫେରିଥିଲେ। ୧୧ ତାରିଖରେ ବିଳାସପୁରରୁ କନେକ୍ଟିଂ ଟ୍ରେନର ରାଉରକେଲା ପହଞ୍ଚି ବିଶ୍ରାକୁ ମିଳିତ ଭଡ଼ା ଅଟୋରେ ଯାଇଥିଲେ।

ମାର୍ଚ୍ଚ ୧୨ରୁ ଏପ୍ରିଲ ୨ ତାରିଖ ହୋମ୍ କ୍ୱାରେଣ୍ଟିନରେ ଥିଲେ। ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଉରକେଲା ସରକାରୀ କ୍ୱାରେଣ୍ଟାଇନରେ ଥିଲେ। ୧୧ ତାରିଖରେ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

୫୨ ନମ୍ବର ଆକ୍ରାନ୍ତ –
ବିଶ୍ରାର ୧୮ ବର୍ଷୀୟ ଯୁବକ। ସେ ୧୦ ମାର୍ଚ୍ଚରେ ନିଜାମୁଦ୍ଦିନ ଫେରନ୍ତା (୫୧ ନମ୍ବର ଆକ୍ରାନ୍ତ)ଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଦିନ ସେ ଯାଜପୁର ଚାରିନଙ୍ଗଳରୁ ବସ୍ ଯୋଗେ ରାଉରକେଲା ଫେରିଥିଲେ। ୧୧ ତାରିଖରେ ରାଉରକେଲାରୁ ଅଟୋ ଯୋଗେ ବିଶ୍ରାକୁ ଯାଇଥିଲେ।

୧୧ ରୁ ୨୦ ଯାଏଁ ଆସିୟାନା ମସଜିଦରେ ଥିଲେ। ୧୪ରୁ ଏପ୍ରିଲ ୫ ଯାଏ ସୁନ୍ଦରଗାଁ ବନାର ନିକଟ ମସଜିଦରେ ରହିଥିଲେ। ଏପ୍ରିଲ ୫ରୁ ଏପ୍ରିଲ ୧୧ ଯାଏ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ୧୧ରେ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

୫୦ ନମ୍ବର ଆକ୍ରାନ୍ତ –
୫୦ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ୟୁନିଟ-୪ ମଧୁସୂଦନ ନଗରର ୨୨ ବର୍ଷୀୟ ଯୁବକ ସେ ୪୧ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ। ସେ ୧୮ ମାର୍ଚ୍ଚ ରୁ ୨୦ ମାର୍ଚ୍ଚ ଯାଏ ଖୋର୍ଦ୍ଧା ବାଣପୁର ବଡ଼ହନ୍ତୁଡ଼ାରେ ସଂପର୍କୀୟଙ୍କ ଘରେ ଥିଲେ। ୨୦ ମାର୍ଚ୍ଚରୁ ୧୦ ଏପ୍ରିଲ ମଧ୍ୟରେ ବନ୍ଧୁମାନଙ୍କୁ ଭେଟିବାକୁ ୟୁନିଟ ୩, ଷ୍ଟେସନ ଛକ, ସତ୍ୟନଗର ଓ ଝାରପଡ଼ା ଆଦି ସ୍ଥାନ ବୁଲିଥିଲେ। ୧୦ ଏପ୍ରିଲରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

୫୩ ନମ୍ବର ଆକ୍ରାନ୍ତ –
ଭୁବନେଶ୍ୱର ଝାରପଡ଼ାର ୪୬ ବର୍ଷୀୟ ବ୍ୟକ୍ତି। ସେ ୪୨ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ ୨୫ ମାର୍ଚ୍ଚରୁ ୩ ଏପ୍ରିଲ ଯାଏ ସେ କେଶୁରା, ବାଙ୍କୁଆଳ, ସହିଦ ନଗରରେ ରହିଥିଲେ। ୪ରୁ ୬ ଏପ୍ରିଲ ଯାଏ ୪୨ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ ଭାବେ ଭୁବନେଶ୍ୱର ଏମ୍ସକୁ ଯାଇଥିଲେ ୭ରୁ ୧୦ ତାରିଖ କ୍ୱାରେଣ୍ଟାଇନରେ ଥିଲେ। ୧୧ରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି।

୫୪ ନମ୍ବର ଆକ୍ରାନ୍ତ –
କେନ୍ଦ୍ରାପଡ଼ା ରାଜନଗରର ୧୭ ବର୍ଷୀୟା ଯୁବତୀ। ସେ ୨୯ ମାର୍ଚ୍ଚରେ କୋଲକାତାରୁ ବାଲେଶ୍ୱର ଓ ଭଦ୍ରକ ଦେଇ ଗାଁକୁ ଏକ ଘରୋଇ ଆମ୍ବୁଲାନ୍ସରେ ଫେରିଥିଲେ। ଭଦ୍ରକର ୪୩ କିଲୋମିଟର ପୂର୍ବରୁ ଚା ପିଇଥିଲେ। ୩୦ ମାର୍ଚ୍ଚରୁ ୧୧ ଏପ୍ରିଲ ଯାଏଁ ରାଜନଗର ଓସ୍ତିଆ ପଞ୍ଚାୟତ ନାଲଦିଆ ଗାଁରେ ହୋମ୍ କ୍ୱାରେଣ୍ଟିନରେ ଥିଲେ। ୧୧ ତାରିଖରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।