Odiapua.com

ଆସାମୀକୁ ଧରିବା ବେଳେ ପୋଲିସ ଏଏସ ଆଇ ଓ ଷ୍ଟାପଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଅଟକ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଚୁଡ଼ାକୁଟି ବଜାର ରେ ଆଜି ସକାଳେ ଜଣେ ଆସାମି କୁ ଧରିବାକୁ ଧାମନଗର ପୋଲିସ ସାଧା ଡ୍ରେସ ରେ ଯାଇଥିବା ବେଳେ ଅଭିଯୁକ୍ତ ଓ ତାଙ୍କ ସମର୍ଥକ ମାନେ ପୋଲିସ କୁ ପ୍ରବଳ ମାଡ ମାରିଥିଲେ ।ଖବର ପାଇ ଧାମନଗର ଏସ ଡି ପି ଓ ତ୍ରିଲୋଚନ ସେଠୀ, ଧାମନଗର ଥାନା ଅଧିକାରି ଫନି ନ୍ଦ୍ର ନାୟକ , ଧୁସୁରି ଥାନା ଅଧିକାରୀ ଶାନ୍ତନୁ ଜେନା ସହ ପୋଲିସ ଫୋର୍ସ ଘଟଣା ସ୍ଥଳ ରେ ପହଂଚି ପୋଲିସ କୁ ଉଦ୍ଧାର କରିବା ସହ ଆକ୍ରମଣ କରି ଥିବା ଜଣ କୁ ପୋଲିସ ଥାନାକୁ ଆଣିଛନ୍ତି ।ଘଟଣା ରୁ ପ୍ରକାଶ ଯେ ମହମ୍ମଦଙ୍କ ଜନ୍ମ ଉତ୍ସବ ପାଳନ ନେଇ ଚୁଡ଼ାକୁଟି ରେ ଜଣେ ମୁସଲିମ ଯୁବକ ପତାକା ବାନ୍ଧି ବୁଲିବା ଘାଟଣାରେ ଉକ୍ତ ଅଂଚଳ ର ବାବାଜୀ ମଲ୍ଲିକ ଙ୍କ ପୁଅ ପଣ୍ଡା ମଲ୍ଲିକ ଉକ୍ତ ଯୁବ କୁ ମାଡ ମାରିବା ସହ ତାଂକ ମୋବାଇଲ ନେଇ ଯାଇଥିଲା । ଏ ନେଇ ସମିର ଖାଁ ଧାମନଗର ଥାନା ରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଥାନା ର ଏ ଏସ ଆ ଇ ଏଲ କୁଜୁରୁ ଅଭିଯୁକ୍ତ ଙ୍କ ନାମରେ କେଶ ନମ୍ବର ୩୯୬/୧୪ ରେ ଏକ ମାମଲା ରୁଜୁ କରି ଥିଲେ।। ଏହି ଘଟଣା କୁ ନେଇ ଧାମନଗର ଥାନାରେ ମୁସଲିମ ଯୁବକ ଅଭିଯୋଗ କରିଥିଲା। ଆଜି ସକାଳେ ଏ ଏସ ଆ ଇ ଶ୍ରୀ କୁଜରୁ ଓ ଷ୍ଟାଫ ତପନ ଜେନା ଆଜି ସକାଳେ ଚୁଡ଼ାକୁଟି ବଜାର କୁ ଯାଇ ଅଭିଯୁକ୍ତ କୁ ଧରିବା ବେଳେ କେତେକ ଯୁବକ ପୋଲିସ କୁ ଆକ୍ରମଣ କରିଥିଲେ। ତେବେ ପୋଲିସ କୁ ଆକ୍ରମଣ କରିଥିବା କରୁଣା ସାହୁ ଙ୍କ ପୁଅ ଦାମ ସାହୁ କୁ ଗିରଫ କରିଛନ୍ତି ।ତେବେ ଏହି ଘଟଣା ର ପୋଲିସ କୁ ଆକ୍ରମଣ କରିଥିବା ୧୦ ଜଣ ଙ୍କ ନାମରେ କେଶ କରାଯାଇଛି। ତୁରନ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରି ଶ୍ରୀ ନାୟକ କହିଛନ୍ତି । ପ୍ରକାଶ ଥାଉକି କି ପୋଲିସ ଅଭିଯୁକ୍ତ କୁ ଗିରଫ କଲା ବେଳେ ଅଧିକ ପୋଲିସ ଷ୍ଟାଫ ସହ ପୋଲିସ ଭେନ ସାଙ୍ଗରେ ନେଇ ଥିଲେ ଏପରି ପରିସ୍ଥିତି ଉପୁଜି ନ ଥାଆନ୍ତା । ଅପର ପକ୍ଷେ ପୋଲିସ କୁ ଯଦି ଅଭିଯୁକ୍ତ ମାନେ ଆକ୍ରମଣ କରିବେ ତେବେ ସାଧାରଣ ଲୋକ ଭରଷା କାହାକୁ କରିବେ । ଏ ଦିଗରେ ଅଭିଯୁକ୍ତ ଙ୍କୁ ଉଚିତ ଶାସ୍ତ୍ରୀ ମିଳିବା ଦରକାର ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।