Odiapua.com

ଆସନ୍ତା ୫ରୁ ଗ୍ରାହକଙ୍କୁ ଫାଇବର ସେବା ଯୋଗାଇବ ଜିଓ

ନୂଆଦିଲ୍ଲୀ,୧୨ ।୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):  ଗ୍ରାହକଙ୍କ ପାଇଁ  ଆସନ୍ତା ୫ରୁ ଆରମ୍ଭ ହେବାକୁ ଯାଉଅଛି ବାଣିଜ୍ୟିକ ଜିଓ ଫାଇବର ସେବା । କମ୍ପାନୀ ପ୍ରାୟ ୨ କୋଟି ଘରକୁ ଜିଓ ଫାଇବର ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖିଥିବା ବେଳେ ଏହି ଜିଓ ଫାଇବର ସେବା ମାସିକ ୭୦୦ ଟଙ୍କାରୁ ଆରମ୍ଭ ହେବ ।

ତେବେ ଏହା ସହ ବାର୍ଷିକ ଅବଧିରେ ଗ୍ରାହକଙ୍କୁ ମାଗଣାରେ LED ଟିଭି ମିଳିବ ଏବଂ ୧୬୦୦ ସହରର ଦେଢକୋଟି ବ୍ୟବସାୟିକ ସଂସ୍ଥାକୁ ଏହି ସେବା ଯୋଗାଇ ଦିଆଯିବ । ଏନେଇ ଆଜି ମୁମ୍ବାଇରେ ଆୟୋଜିତ ରିଲାଏନ୍ସର ୪୨ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ପ୍ରଦାନ କରିଛନ୍ତି ।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତିି ଯେ, ‘ରିଲାଏନ୍ସ ଦେଶର ସବୁଠୁ ଅଧିକ ଲାଭ କରୁଥିବା ଓ ଜିଏସଠି ଦେଉଥିବା କମ୍ପାନି ଏବଂ ଦେଶର ସର୍ବବୃହତ ଓ ବିଶ୍ୱର ଦ୍ୱିତୀୟ ମୋବାଇଲ ନେଟୱାର୍କ । ଜିଓ ଗ୍ରାହକଙ୍କ ସଂଖ୍ୟା ୩୪ କୋଟି ଅତିକ୍ରମ କରିସାରିଛି ।’