Odiapua.com

ଆସନ୍ତା ୨୩ ତାରିଖ ଗଣତି ପାଇଁ ପ୍ରସ୍ତୁତି

ଖରିଆର,୨୧.୦୫(ଓଡ଼ିଆ ପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ଖରିଆର ରୋଡ ନିକଟସ୍ତ ନିୟତ୍ରିତ ବଜାର କମିଟି ଠାରେ ଆସନ୍ତା ୨୩ ତାରିଖ ଦିନ ସାଧାରଣ ନିର୍ବାଚନର ଫଳାଫଳ ଗଣତି ହେବ। ଜିଲ୍ଲାର ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୧୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେହିପରି କଳାହାଣ୍ଡି ସାଂସଦ ପଦ ପାଇଁ ଗଣତି ହେବ। ଦଳୀୟ ପ୍ରାର୍ଥୀମାନେ ବିଜୟୀ ଆଶା ନେଇ ନିଜ ସମର୍ଥକଙ୍କ ସହ ଅଙ୍କ କଷୁଥିବା ଦେଖାଯାଉଛନ୍ତି।କଡା ସୁରକ୍ଷା ମଧ୍ୟରେ ଗଣତି ଅନୁଷ୍ଠିତ ହେଉଥିବା ବେଳେ ୪୦୦କର୍ମଚାରୀ ନିୟୋଜିତ ହୋଇଛନ୍ତି। ମୋଟ ୩୦ ରୁ ୩୧ ରାଉଣ୍ଡ ଗଣତି ହେବ ବୋଲି ଉପଜିଲ୍ଲାପାଳ ତାରନିସେନ ନାୟକ ପ୍ରକାଶ କରିଛନ୍ତି।