Odiapua.com

ଆସନ୍ତା ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ – ଏହି ଅବସରରେ ସେବା ସପ୍ତାହ ଆରମ୍ଭ

– ସେପ୍ଟେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ

– ସପ୍ତାହ ବ୍ୟାପୀ ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

– ପ୍ରତ୍ୟେକ ବୁଥରେ ୭୦ଟି ଲେଖାଏଁ ବୃକ୍ଷରୋପଣ ଓ ପର୍ଯ୍ୟବରଣ ସୁରକ୍ଷା ପାଇଁ ସଂକଳ୍ପ ନେଲେ କାର୍ଯ୍ୟକର୍ତା

– ସେବା ସପ୍ତାହରେ ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ପ୍ରକାରର ସେବାକାର୍ଯ୍ୟମାନ କରି ମାନନୀୟ ପ୍ରଧାନମନ୍ତ୍ରୀଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଥାନ୍ତି

ଭୁବନେଶ୍ୱର, ତା-୧୪/୦୯(ଓଡ଼ିଆ ପୁଅ) :ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ନିରାମୟ ଓ ଦୀର୍ଘଜୀବନ କାମନା କରି ବିଜେପି କାର୍ଯ୍ୟକର୍ତାମାନେ ଆଜିଠୁ ସମଗ୍ର ଦେଶରେ ସେବା ସପ୍ତାହ ପାଳନ କରୁଛନ୍ତି। ଆସନ୍ତା ୧୭ ତାରିଖ ହେଉଛି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ। ଏହି ସେବା ସପ୍ତାହରେ ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟମାନ କରି ମାନନୀୟ ପ୍ରଧାନମନ୍ତ୍ରୀଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଥାନ୍ତି। ଚଳିତ ବର୍ଷ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ୭୦ତମ ଜନ୍ମ ଦିବସ ହୋଇଥିବା କାରଣରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ-ପି-ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସମଗ୍ର ଦେଶରେ ନିର୍ଦ୍ଧାରିତ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟମାନ ଅନୁଷ୍ଠିତ ଆରମ୍ଭ ହୋଇଛି।

ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁରୋଧକ୍ରମେ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସେବା ସପ୍ତାହ କାର୍ଯ୍ୟକ୍ରମରେ ପାର୍ଟୀର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସହ ପାର୍ଟୀର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ କୋଭିଡ୍-୧୯ ନୀତିନିୟମକୁ ପାଳନ ସହ ଯୋଗଦାନ କରୁଛନ୍ତି।

ସେବା ସପ୍ତାହର ଆଜି ପ୍ରଥମ ଦିନରେ କାର୍ଯ୍ୟକର୍ତାମାନେ ନିଜ ନିଜ ପ୍ରତ୍ୟେକ ବୁଥ୍ରେ ୭୦ଟି ଲେଖାଏଁ ବୃକ୍ଷରୋପଣ କରିବା ସହ ପର୍ଯ୍ୟାବରଣର ସୁରକ୍ଷା ପାଇଁ ସଂକଳ୍ପ ନେଇଛନ୍ତି। ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ନୟାଗଡ, ଖୋର୍ଦ୍ଧା, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ବୈାଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ, ନୂଆପଡା, ଅନୁଗୁଳ, ଢେଙ୍କାନାଳ ସମେତ ପ୍ରତ୍ୟେକ ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାଶ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ସୁରଥ ବିଶ୍ୱାଳ, ପବିତ୍ର ଦାଶଙ୍କ ସମେତ ପ୍ରମୁଖ ରାଜ୍ୟ ନେତୃବୃନ୍ଦ, ଜିଲ୍ଲା ସଭାପତି ଏବଂ କାର୍ଯ୍ୟକର୍ତାମାନେ ଏହି ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।