Odiapua.com

ଆସନ୍ତା କାଲି ସଂନ୍ଧ୍ୟା ଦର୍ଶନ କୋଭିଡ୍ ପାଇଁ ଦର୍ଶନରୁ ବଂଚିତ ହେବେ ଶ୍ରଦ୍ଧାଳୁ ଭକ୍ତ

ପୁରୀ, ୨୯/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆସନ୍ତା କାଲି ୩୦ ତାରିଖ ମଙ୍ଗଳବାର ଦିନ ମହାପ୍ରଭୁଙ୍କର ପବିତ୍ର ନବମୀ ସଂନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଚଳିତ ବର୍ଷ କୋଭିଡ୍୧୯ ଧାରା ଲାଗୁ ହୋଇଥିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନେ ଆଡପ ମଣ୍ଡପରେ ମହାପ୍ରଭୁ ଙ୍କର ଏହି ପବିତ୍ର ସଂନ୍ଧ୍ୟା ଦର୍ଶନ କରିବାରୁ ବଂଚିତ ହେବେ। ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଳୁ ଭକ୍ତମାନେ ଏହି ସଂନ୍ଧ୍ୟା ଦର୍ଶନ ପାଇଁ ଅପେକ୍ଷା କରି ବସିଥାନ୍ତି। କିନ୍ତୁ ଚଳିତ ବର୍ଷ କୋଭିଡ୍୧୯ ଧାରା ଲାଗୁ କରାଯାଇଥିବା ଯୋଗୁଁ କୌଣସି ସାଧାରଣ ଭକ୍ତ ମନ୍ଦିର ଭିତରକୁ ଯାଇ ଦର୍ଶନ କରିବା ଉପରେ କଟକଣା କରାଯାଇଛି। ସଂନ୍ଧ୍ୟା ଦର୍ଶନ ଦିନ ବିଭିନ୍ନ ପ୍ରାନ୍ତରରୁ ଶ୍ରଦ୍ଧାଳୁ ଭକ୍ତମାନେ ଏଠାକୁ ଆସି ମହାପ୍ରଭୁ ଙ୍କୁ ଆଡପ ମଣ୍ଡପ ରେ ଦର୍ଶନ କରି ଆଡପ ଅବଡା ବ୍ରାହ୍ମଣ ମାନଙ୍କୁ ଭୋଜନ କରାଇଥାନ୍ତି। ଚଳିତ ବର୍ଷ ମହାପ୍ରଭୁ ଙ୍କର ସମସ୍ତ ନୀତି କାନ୍ତି ବିନା ଭକ୍ତରେ କରାଯାଉଛି। ଅପର ପକ୍ଷରେ ମହାପ୍ରଭୁ ଙ୍କର ବାହୁଡା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି। ରଥଯାତ୍ରା ପରି ବାହୁଡା ଯାତ୍ରା ରେ ରଥ ଟାଣିବା ପାଇଁ ସମସ୍ତ ସେବାୟତ ମାନେ ପ୍ରସ୍ତୁତ ହୋଇ ରହିଥିବା ଜଣାଯାଇଛି। ଇତି ମଧ୍ୟରେ ରଥଯାତ୍ରା ରେ ଯେଉଁ ସେବାୟତ ମାନେ ସାମିଲ ହେବେ ସେମାନଙ୍କର କୋଭିଡ୍ ଟେଷ୍ଟ୍ ଶେଷ ହୋଇାଛି। ଯେଉଁ ମାନଙ୍କର ନେଗେଟିଭ୍ ଅଛି ସେମାନେ ରଥଯାତ୍ରା ରେ ସାମିଲ ହେବେ। ଶ୍ରୀ ଗୁଣ୍ଡିଚା ଭଳି ବାହୁଡା ଯାତ୍ରା ରେ ମଧ୍ୟ ପ୍ରତ୍ୟେକ ରଥ କୁ ୫୦୦ ସେବାୟତ ଟାଣିବାର କାର୍ଯ୍ୟକ୍ରମ ରହିଛି। ଆଜିର ଦିନରେ ଯେଉଁ ଶରଧାବାଲି ରୁ ଟିକେ ଶରଧା ସାଉଁଟିବା ସହ ଶ୍ରଦ୍ଧାଳୁ ଭକ୍ତମାନେ ଆଡପ ମଣ୍ଡପରେ ଶ୍ରୀ ଜିଉ ମାନଙ୍କ ଦର୍ଶନ ପାଇଁ ଭିଡ ଲଗାଇଥାନ୍ତି। କିନ୍ତୁ ଚଳିତ ବର୍ଷ ସବୁ ଆଶା ନିରାସା ରେ ପରିଣତ ହୋଇଛି।