Odiapua.com

ଆସନ୍ତା କାଲି କଂଗ୍ରେସରେ ଯୋଗ ଦେଇପାରନ୍ତି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା

ନୂଆ ଦିଲ୍ଲୀ ୧୧-୧୧ (ଓଡ଼ିଆ ପୁଅ) ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଶନିବାର ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେବାର ସମ୍ଭାବନା ରହିଛି। ଗୁଜୁରାଟ ବିଧାନସଭାରେ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେବା ପରେ ୨୦୧୭ ରେ ବିଦାୟ ନେବା ପୂର୍ବରୁ ବାଘେଲା ଦୁଇ ଦଶନ୍ଧି ଧରି କଂଗ୍ରେସ ଦଳର ବରିଷ୍ଠ ନେତା ଥିଲେ।

ଏଠାରେ ସୂଚନା ଦିଆଯାଇପାରେଯେ, ଦୁଇ ସପ୍ତାହ ପୂର୍ବରୁ ବାଘେଲାଙ୍କ ପୁଅ ତଥା ଦୁଇଥର ବିଧାୟକ ମହେନ୍ଦ୍ର ସିଂ ବାଘେଲା ରାଜ୍ୟ ବିଧାନସଭା ନିର୍ବାଟନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ।

ଶଙ୍କର ସିଂ ବାଘେଲା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି। ସେ କେନ୍ଦ୍ରରେ ମନମୋହନ ସିଂ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

ଯେତେବେଳେ ସେ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ସେ ଗୁଜୁରାଟ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ।

ନିକଟରେ ବାଘେଲା ମଧ୍ୟ ପ୍ରଜା ଶକ୍ତି ଡେମୋକ୍ରାଟିକ୍ ପାର୍ଟି ନାମକ ଏକ ନୂତନ ଦଳ ଗଠନ କରିଥିଲେ।

ଖବରରୁ ପ୍ରକାଶ ଯେ ଭେଗେଲା କଂଗ୍ରେସରେ ଯୋଗଦେବାକୁ ଚାହୁଁଥିଲେ ଏବଂ ଅନେକ ଆଲୋଚନା ପରେ କଂଗ୍ରେସ ମଧ୍ୟ ଆଗ୍ରହ ଦେଖାଇଥିଲା ବୋଲି କୁହାଯାଉଛି।

ସୂଚନାଯୋଗ୍ୟଯେ, ଡିସେମ୍ବର ୧ ଏବଂ ୫ ରେ ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ୍ ଗଣନା ଡିସେମ୍ବର ୮ ରେ ହେବ।