Odiapua.com

ଆସନ୍ତାକାଲି ମହିଳା ଆକ୍ରୋଶ ଜନସମାବେଶ ନେଇ ପ୍ରସ୍ତୁତି

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା କାଲି ସକାଳ ୦୮. ୦୦ ଘଟିକା ସମୟରେ ଗାନ୍ଧୀ ପଡିଆ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ମହିଳା ଆକ୍ରୋଶ ଜନସମାବେଶ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ସ୍ଥିତ ବାସ ଭବନରେ ଏକ ପ୍ରସ୍ତୁତି ବୈଠକ ବିଜେପି ନେତା ଇଁ ପ୍ରୟାସ କାନ୍ତି ସାମଲ(ଲୁଲୁ ଭାଈ)ଙ୍କ ଉପସ୍ଥିତିରେ ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକର ସମସ୍ତ ମଣ୍ଡଳର ମଣ୍ଡଳ ସଭାପତିଙ୍କ ସହିତ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷ ସୁମତୀ ସେଠୀ, ଉପସଭାପତି ପ୍ରଣୀତ କାନ୍ତି ସାମଲ,ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲ୍ଲା ସମ୍ପାଦକ ବୁବୁନୁ ଭାଈ,ବିଜେପି ନେତା ପରମେଶ୍ୱର ବାବୁ ଙ୍କ ସମେତ ବ୍ଲକ ସ୍ତରୀୟ ନେତୃତ୍ୱ ଉପସ୍ଥିତ ଥିଲେ।