Odiapua.com

ଆସନ୍ତାକାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ : କେଉଁମାନେ ହେବେ ମନ୍ତ୍ରୀ?

ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ନୂଆ ସରକାର ଗଢ଼ିବା ପୂର୍ବରୁ ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ପୁରୀରୁ ଫେରିବା ପରେ ନିବାସରୁ ଫୋନ୍ କଲ୍ କୁ ଅପେକ୍ଷା କରି ବସିଥିଲେ ଆଶାୟୀମାନେ। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, ନବୀନ ନିବାସରୁ ଯେଉଁମାନଙ୍କୁ ଫୋନ୍ ଯାଇଛି ସେମାନଙ୍କୁ ମନ୍ତ୍ରୀ ମଣ୍ତଳରେ ସ୍ଥାନ ପାଇବେ ବୋଲି ସୂଚନା ମିଳୁଛି। ତେବେ ଭଟଲି ବିଧାୟକ ସୁଶାନ୍ତ ସିଂ, ପ୍ରତାପ ଦେବ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ, , ଆଠଗଡ଼ ବିଧାୟକ ରାଜା ସ୍ୱାଇଁ, ଏକାମ୍ର ବିଧାୟକ ଅଶୋକ ପଣ୍ଡା, ନିମାପଡ଼ା ବିଧାୟକ ସମୀର ଦାଶ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଭଞ୍ଜନଗର ବିଧାୟକ ବୀକ୍ରମ କେଶରୀ ଆରୁଖ ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, କୋଟପାଡ଼ ବିଧାୟକ ପଦ୍ମିନୀ ଦିଆନ, ବାଙ୍ଗିରପୋଷିର ବିଧାୟକ ସୁଦାମ ମାରାଣ୍ଡି, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ,ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, କାକଟପୁରର ବିଧାୟକ ତୁଷାରକାନ୍ତି ବେହେରା, ଢ଼େଙ୍କାନାଳ ଜିଲ୍ଲା କାମାକ୍ଷନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କ ପାଖକୁ ନବୀନ ନିବାସରୁ ମନ୍ତ୍ରୀ ହେବା ପାଇଁ ଫୋନ୍ କଲ ମିଳିଥିବା ବେଳେ, ବାଚସ୍ପତି ପଦ ପାଇଁ ସୂର୍ଯ୍ୟପାତ୍ରଙ୍କୁ ଫୋନ କଲ ଆସିଥିବାର ସୂଚନା ମିଳିଛି।