Odiapua.com

ଆସନ୍ତାକାଲି କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍ ଲୋକସଭାରେ ଉପସ୍ଥାପିତ ହେବ, ଆଜି ସର୍ବଦଳୀୟ ବୈଠକ

ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଏବଂ ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୨୯ ରେ କେନ୍ଦ୍ରର ମୋଦୀ ସରକାର ସୋମବାର ଲୋକସଭାରେ ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ରଦ୍ଦ କରିବାକୁ ଏକ ବିଲ୍ ଆଗତ କରିବେ।

ଏହାପୂର୍ବରୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍ ଉପରେ ଆଲୋଚନା କରାଯାଇଛି ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ ପାଇଛି। ସୋମବାର ଏହାକୁ ଲୋକସଭାର ଏଜେଣ୍ଡାରେ ତାଲିକାଭୁକ୍ତ କରାଯାଇଛି। ଆସନ୍ତାକାଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରିବେ। ଏହାପୂର୍ବରୁ ରବିବାର ଦିନ ସଂସଦର ସୁଗମ କାର୍ଯ୍ୟ ପାଇଁ ଏକ ସର୍ବଦଳୀୟ ବୈଠକ ଡକାଯାଇଛି।

ଆସନ୍ତାକାଲି କେନ୍ଦ୍ର କୃଷି ମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର ବିଲ୍ ଉପସ୍ଥାପନ କରିବେ

ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ସେମାନଙ୍କ ସାଂସଦମାନଙ୍କୁ ସୋମବାର ଦିନ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍‌ ଜାରୀ କରିଛନ୍ତି। ନଭେମ୍ବର ୨୯ ରେ ଲୋକସଭାର ପ୍ରକ୍ରିୟା ତାଲିକା ଅନୁଯାୟୀ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷି ସଂଶୋଧିତ ବିଲ୍ ଉପସ୍ଥାପନ କରିବେ।

ଚାଷୀଙ୍କ ଟ୍ରାକ୍ଟର ମାର୍ଚ୍ଚ ସ୍ଥଗିତ

ଏଥି ସହିତ ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍) ଏହାର ଟ୍ରାକ୍ଟର ମାର୍ଚକୁ ନଭେମ୍ବର ୨୯ ରେ ସଂସଦ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ଏବଂ ଚାଷୀଙ୍କ ତରଫରୁ ଏହି ଟ୍ରାକ୍ଟର ଯାତ୍ରା ସ୍ଥଗିତ ରଖିବା ଫଳରେ ସରକାରଙ୍କୁ ଆଶ୍ୱସ୍ତି ମିଳିଛି। ସଂସଦରେ ବିଲ୍ ପ୍ରତ୍ୟାବର୍ତ୍ତନ ପରେ ହିଁ କିସାନ୍ ମୋର୍ଚ୍ଚା ଏହାର ପରବର୍ତ୍ତୀ ରଣନୀତି ଉପରେ କାର୍ଯ୍ୟ କରିବ। ତେବେ ସଂଯୁକ୍ତ କିସାନ୍ ମୋର୍ଚ୍ଚା କହିଛି ଯେ ଚାଷୀଙ୍କୁ ସେମାନଙ୍କ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ନିଶ୍ଚିତ କରୁଥିବା ଆଇନର ଦାବି ଉପରେ ସଂସଦରେ ନିଶ୍ଚିତତା ଚାହୁଁଛି।

ଆଜି ସର୍ବଦଳୀୟ ବୈଠକ ଡାକରା

ସଂସଦର ଶୀତକାଳୀନ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବିରୋଧୀ ଦଳ ସହ ଆଲୋଚନା କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରଧାନ ଜୋଶୀ ରବିବାର ସଂସଦରେ ବିଭିନ୍ନ ଦଳର ନେତାଙ୍କ ବୈଠକ ଡାକିଛନ୍ତି। ଏହା ବ୍ୟତୀତ ଲୋକସଭା ବାଚସ୍ପତି ଓମ ବିରଳା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମଧ୍ୟ ବିଭିନ୍ନ ଦଳର ନେତାଙ୍କ ସହ ପରାମର୍ଶ କରିବେ।