Odiapua.com

ଆଶ୍ରୟ ପକ୍ଷରୁ ଦିବ୍ୟାଙ୍ଗ ସେବା

ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳର ବାଉଁଶିଆ ଗ୍ରାମରେ ସମାଜ କଲ୍ୟାଣ ସଂଗଠନ ଆଶ୍ରୟ ପକ୍ଷରୁ ଦିବ୍ୟାଙ୍ଗ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ପ୍ରତିଷ୍ଠାତା ନିର୍ଦ୍ଦେଶକ ଲୋକନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ.ପ୍ରସନ୍ନ ଜେନା, ସମାଜସେବୀ ମୌସୁମୀ ଜେନା, ବିଶ୍ୱରଂଜନ ଜେନା, ହୃଷିକେଶ ପ୍ରଧାନ, ସମାଲୋଚକ ବ୍ରଜକିଶୋର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ପାଳ ପ୍ରମୁଖ ଯୋଗଦେଇ ଆଶ୍ରୟର ବିଭିନ୍ନ ଜନହିତୈଷି ଓ ସମାଜ କଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲାବେଳେ ଅସହାୟମାନଙ୍କ ପାଇଁ ଆଶ୍ରୟ ଅନୁଷ୍ଠାନ ହେଉଛି ପକୃତ ଆଶ୍ରୟ ବୋଲି ଅଭିହିତ କରିଥିଲେ। ଏହି ଅବସରରେ ପ୍ରଫେସର ଡ.ପ୍ରସନ୍ନ କୁମାର ଜେନାଙ୍କୁ ସମ୍ପର୍ଦ୍ଧିତ କରାଯାଇଥିଲାବେଳେ ଗୀତିକାର ରାମକୃଷ୍ଣ ମହାରଣା ସଙ୍ଗୀତ ମାଧ୍ୟମରେ ସ୍ୱାଗତ କରିଥିଲେ ଓ ପ୍ରଫୁଲ ନାହାକ ଦାସକାଠିଆ ପରିବେଷଣ କରିଥିଲେ। ଶଙ୍କର ପ୍ରଧାନ, ଭାଗିରଥୀ ସାହୁ, ଆନନ୍ଦ ଚନ୍ଦ୍ର ପାଢୀ, ନୀରଞ୍ଜନ ନୋ, ଭାଗିରଥି ସାହୁ, ଚିତ ରଂଜନ ପ୍ରଧାନ, ଆନନ୍ଦ ପାଢୀ, ଅନିଲ କୁମାର ପ୍ରଧାନ ଓ ପରମାନନ୍ଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଚନା କରିଥିଲେ।