Odiapua.com

ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ବୈଠକ

ବାଲିଗୁଡା ୨୭-୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ସରକାରୀ ଆଶ୍ରମ ବିଦ୍ୟାଳୟ ମାନଙ୍କରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ଯତ୍ନ ଓ ସୁରକ୍ଷାକୁ ନେଇ ଆଜି ଉପଜିଲ୍ଲାପାଳ କାର୍ଯ୍ୟଳୟର ସମ୍ମିଳନୀ କକ୍ଷ ଓ ଆଇଟିଡିଏ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସମସ୍ତ ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ହଷ୍ଟେଲ ସୁପରିଟେଡେଣ୍ଟ, ମେଟ୍ରନ, ଏଏନଏମ ଓ ଆଇସିସିଏସ ମାନଙ୍କ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍କୁଲ ପରିସର କିପରି ପରିଚାଲନା ହେଉଛି ପଚାରି ବୁଝିବା ସହ ସରକାର ନିୟମ ଅନୁଯାୟୀ କିପରି ପରିଚାଲନା କରିବା କଥା ବୁଝାଇଥିଲେ।ଉପଜିଲ୍ଲାପାଳ ବିଭିନ୍ନ ଆଶ୍ରମ ବିଦ୍ୟାଳୟକୁ ତଳ ଦିନରେ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କିଛି ବିଦ୍ୟାଳୟରେ ଦେଖିଥିବା ଅବ୍ୟବସ୍ଥାକୁ କହିଥିଲେ ଓ ସେହିଭଳି ଅବ୍ୟବସ୍ଥା ଯେପରି ପୁନରାବୃତି ନହୁଏ ତାଗିତ କରିଥିଲେ।ହରିଜନ ଆଦିବାସୀ ପିଲାଙ୍କ ନିମନ୍ତେ ସରକାର ଠାରୁ ମଂଜୁର ହୋଇ ଆସୁଥିବା ଅର୍ଥ ଠିକ ଭାବରେ ବିନିଯେ୍।ଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଆଇଟିଡିଏ ସଭାଗୃହ ଠାରେ ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀ ସୁକଦେବ ବେହେରା ଓଜିଲ୍ଲା ପ୍ରକଳ୍ପ ଅଧୀକାରୀ ଜି.କେ ବେହେରା ସସମସ୍ତଙ୍କୁ ଏହି ସଚେତନାତା ଉପରେ ଅବଗତ କରାଇଥିଲେ।ଏଡିଡବ୍ଲୁଓ ଦୟାନିଧି ନାୟକ ମଂଚାସିନ ଥିବା ବେଳେ। ସମସ୍ତ ଅଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ, ସୁପରିଟେଣ୍ଡେନ୍ଟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।