Odiapua.com

ଆଶ୍ରମ ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଖଡ଼ିପଦା ପଂଚାୟତ କାଞ୍ଜିଆପାଳ ସ୍ଥିତ ମହାପୁରୁଷ ଆଶ୍ରମର ଅନ୍ତେବାସୀଙ୍କ ଗହଣରେ ନିଜର ଜନ୍ମଦିନ ପାଳନ କଲେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ରବିବାର ମଧ୍ୟାହ୍ନରେ କାଞ୍ଜିଆପଳ ଠାରେ ପହଂଚି ମହାପୁରୁଷ ପରମହଂସଙ୍କ ଗାଦି ଦର୍ଶନ କରି ଆଶ୍ରିବାଦ ଗ୍ରହଣକରିଥଲେ। ପରେ ମହାପୁରୁଷ ଆଶ୍ରମ ର ଅନ୍ତେବାସୀ ଙ୍କ ଗହଣରେ ପହଂଚି ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅନ୍ତେବାସୀ ପିଲାଙ୍କୁ ଖାଦ୍ୟ, ବସ୍ତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ସରପଂଚ ଅଶୋକ ପୁହାଣ, ମନୋଜ ମଲ୍ଲିକ, ଅରବିନ୍ଧ ପତି, ରମାକାନ୍ତ ପତି, ବୁଦ୍ଧଦେବ ଜେନା, ସରପଂଚ ଅଶୋକ ପଣ୍ଡା, ପ୍ରମୋଦ ସୁତାର, ଲକ୍ଷ୍ମୀଧର ପାଣିଗ୍ରାହୀ, ରଞ୍ଜିତ ମହାନ୍ତି, ସଞ୍ଜିତ ସାହୁ , ସୁରେନ୍ଦ୍ର ସେଠୀଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।