Odiapua.com

ଆଶୀର୍ବାଦ ବଦଳରେ ଅଭିଶାପ:ନାଗ ଦେବତା ଦଂଶନରେ ଶିଶୁ ମୃତ

ଭୁବନେଶ୍ୱର;୧୮,ଅକ୍ଟୋବର:ନାଗ ଦେବତାଙ୍କଠାରୁ ଆଶୀର୍ବାଦ ନେବା ସମୟରେ ଆଶୀର୍ବାଦ ବଦଳରେ ଦଂଶନ କଲେ ନାଗ ଦେବତା।ଫଳରେ ଜଣେ ୫ ମାସର ଶିଶୁ କନ୍ୟାର ମୃତ୍ୟୁ ଘଟିଛି।ଘଟଣାଟି ଘଟିଛି ରାୟପୁରର ରାଜନନ୍ଦା ଅଞ୍ଚଳରେ।ବାପା,ମା ନାଗ ଦେବତାଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ପାଇଁ ଶିଶୁ କନ୍ୟାକୁ ନାଗ ଦେବତାଙ୍କ ପାଖକୁ ନେଇଥିଲେ।କିନ୍ତୁ ଆଶୀର୍ବାଦ ଦେବା ବଦଳରେ ଦଂଶନ କରିଥିଲେ ନାଗ ଦେବତା।ଘଟଣା ସ୍ଥଳରେ ୫ ମାସର ଶିଶୁ କନ୍ୟାଟିର ମୃତ୍ୟୁ ଘଟିଥିଲା।ଶିଶୁଟିର ମୁହଁରୁ ଫେଣ ବାହାରିବା ପରେ ତାକୁ ଡାକ୍ତରଖାନା ନିଆଯାଇଥିଲା,କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।ପୁଲିସ ସଂପୃକ୍ତ ସପେରା(ସାପୁଆ କେଳା)କୁ ଗିରଫ କରିଛି।କୁହାଯାଉଛି,ସପେରା ଜଣଙ୍କ ନାଗଠାରୁ ବିଷ କାଢ଼ି ଦେଇଥିବା କହିଥିଲେ।ଶିଶୁଟିର ବେକରେ ନାଗଟିକୁ ଗୁଡ଼ାଇ ସେ ପୂଜା କରୁଥିଲା/ଦେବଦତ୍ତ