Odiapua.com

ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ର ନୂତନ ଜିଲାପାଳ

କନ୍ଧମାଳ, (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ର ନୂତନ ଜିଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବେ। ସେ ବର୍ତମାନ ବାଲେଶ୍ୱର ଉପଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଗୁରୁବାର ଶ୍ରୀ ପାଟିଲ ଙ୍କୁ ସରକାର କନ୍ଧମାଳ ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି। ସେହିପରି ଫୁଲବାଣୀ ଜିଲାପାଳ ଥିବା ଡଃ. ଵୃନ୍ଦା ଡି ଙ୍କୁ ପରିଚାଳନା ନିର୍ଦେଶକ, ଓ ଏସ ଏମ ସି ଏଲ. ଭୁବେନଶ୍ୱର କୁ ବଦଳି କରାଯାଇଛି। ଡା.ଵୃନ୍ଦା.ଡି ଦୀର୍ଘ ପାଞ୍ଚ ବର୍ଷ ଧରି ଫୁଲବାଣୀ ଜିଲାପାଳ ଭାବେ ରହି ବେଶ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିଥିଲେ। ତାଙ୍କର କନ୍ଧମାଳ ଜିଲାରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠlରେ ଯଥେଷ୍ଟ ଅବଦାନ ଥିଲା ସେହିପରି ନୂତନ ପାର୍କ ପ୍ରତିଷ୍ଠା, ୮୩ ଟି ସ୍ମାର୍ଟ ହାଇସ୍କୁଲ ନିର୍ମାଣ, ଗମନା ଗମନର ସୁ ବ୍ୟବସ୍ଥା କରିଥିଲେ। କେବଳ ସେତିକି ନୁହେଁ ସାଧାରଣ ନିର୍ବାଚନ ଠୁ ଆରମ୍ଭ କରି ପଂଚାୟତ, ମୁନିସିପାଲ ନିର୍ବାଚନ କୁ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ। ବୃନ୍ଦା ଡି.ଙ୍କ ସମୟରେ କୃଷି ଓ ଉଦ୍ୟାନ, ମନରେଗା, କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଥିଲା।