Odiapua.com

ଆଶା ସଂଘର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା ସାଥୀ ସଂଘ ତରଫରୁ ଆଜି ଜିଲ୍ଳାପାଳଙ୍କ ଜରିଆରେ ୮ଦଫା ଦାବି ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି । ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମାସିକ ୬ ହଜାର ଟଙ୍କା ପାରିଶ୍ରମିକ, ଆଶା ସାଥୀମାନଙ୍କର ୟୁନିଫର୍ମ ଲାଗୁ କରାଯିବା, କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ଟ୍ରେନିଂ ପ୍ରଦାନ, ୧୩ ବର୍ଷ ଧରି ଆଶା ଓ ଆଶାସାଥୀ ଭାବେ କାର୍ଯ୍ୟ କରିଆସୁଥିବାରୁ ସେମାନଙ୍କୁ ଇନସ୍ୟୁରାନ୍‌ସ ଏବଂ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା କାର୍ଯ୍ୟକାରୀ କରିବା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଲାଗୁ କରିବା, ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରି ସେଥିରେ ଆଶାସାଥୀଙ୍କୁ ନିୟୋଜିତ କରିବା, ମହାମାରୀ କରୋନା ସମୟରେ କାର୍ଯ୍ୟକରୁଥିବା ଆଶାସାଥୀମାନଙ୍କୁ ପ୍ରୋତ୍ସାହନ ରାଶି ଓ ସୁରକ୍ଷା ଯେଗ।।ଇବା ଆଦି ଆବି ନେଇ ଆଶାସାଥୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ଭାରତୀୟ ମଜଦୁର ସଂଘ ଭଦ୍ରକ ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ସାହୁ, ସଂଗଠନ ସମ୍ପାଦକ ପରେଶ ନାଥ ଧଳ, ଆଶାସାଥୀ ସଂଘର ଜିଲ୍ଳା ସମ୍ପାଦିକ ପୂର୍ଣ୍ଣିମା ସେଠୀ, ସଭାନେତ୍ରୀ ନିବେଦିତା ପୋଥାଳ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ ।