ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ୨୦ ବର୍ଷରୁ କମ ଫୁଟବଲ ଖେଳାଳୀ ପୁରୁଣା ବଜାର ମହାବୀର ଫୁଟବଲ ଟିମ ଗୋଟେ ପରେ ଗୋଟେ ଜିଲ୍ଲାରେ ନିଜ ଖେଳର ଦକ୍ଷତା ପ୍ରତିପାଦନ କରି ବିଜୟର ଟିକା ପିନ୍ଧିବା ପରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଖେଳରେ ନିଜର ଅସାଧ୍ୟ ପରିଶ୍ରମର ଫଳ ପାଇଛ। ଯାଜପୁର ଧର୍ମଶାଳା ଷ୍ପୋଟିଂ କ୍ଲବକୁ ୮/୫ ଗୋଲରେ ଚରଂମ୍ପା ବାଇଧର ଷ୍ପୋଟିଂ ଏକାଡେମିକୁ ୫/୩ ଗୋଲରେ ରାଜକନିକା ବାଘବୁଦା ଫୁଟବଲ କ୍ଲବକୁ ୨/୧ ଗୋଲରେ, ପୁଣି ଧାମନଗର ଆଇ ଟି ଆଇ ପଡିଆରେ ଯାଜପୁର ଫୁଟବଲ ଏକାଡେମିକୁ ୪/୨ ଗୋଲରେ ପରାସ୍ତ କରି ଟଙ୍କା ଦଶ ହଜାର ଏବଂ ମେଡାଲ ହାସଲ କରିଥିଲେ । ପରବର୍ତି ସମୟରେ ୨ୟ ମ୍୍ୟାଚ ବରୀ ୟଗଂ ଷ୍ଟାର ଫୁଟବଲ ଏକାଡେମିକୁ ୬/୪ ଗୋଲରେ ଏବଂ ଆଜି ଫାଇନାଲ କେନ୍ଦ୍ରାପଡାର ଆଳି ଫୁଟବଲ ଆସୋସିଏସନକୁ ୪/୩ ଗୋଲରେ ପରାସ୍ତ କରି ବାଜିମାତ କରି ଜିଲ୍ଲାର ଗୌରବ ରଖିଛନ୍ତି ।