ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତର ଜଗନ୍ନାଥପ୍ରସାଦ ମା’ଖଡ୍ଗଧାରିଣୀ ମନ୍ଦିର ପଡିଆରେ ଅନୁଷ୍ଠିତ ଆଲୋକ ଓ ଇଂ ଦିଲ୍ଲିପ ମେମୋରିଆଲ ପଦ୍ମନାଭ କ୍ରିକେଟ ଟୁର୍ଣ୍ଣାମଣ୍ଟେର ପ୍ରଥମ ସେମିଫାଇନାଲ ମ୍ୟାଚ ଆଜି କେନ୍ଦ୍ରାପଡା ବାଲାବାବା ଓ ଭୁବନେଶ୍ୱର ଦିସ୍କାନ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବାଲାବାବା ଟସ ଜିଣି ପ୍ରଥମେ ଫିଲ୍ଡିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭୁବନେଶ୍ୱର ଦିସ୍କାନ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୨୦୮ ରନ ସ୍କୋର କରିଥିଲା। ଦଳର ଖେଳାଳୀ ଜ୍ୟୋତିପ୍ରକାଶ ବ୍ୟକ୍ତିଗତ ଭାବେ ୫୦ ରନ ସ୍କୋର କରିଥିଲେ। ୨୦୯ ରନ ବିଜୟ ଲକ୍ଷ୍ୟ ନେଇ ବାଲାବାବା ଦଳ ୧୯.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୩୫ ରନ କରି ପରାଜିତ ହୋଇଥିଲା। ଅବିନାଶ ସାହୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ଶ୍ରୀସାଈପ୍ରସାଦ ମହାପାତ୍ର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଲଲାଟ କେଶରୀ ନନ୍ଦ ଓ ଖଗେଶ୍ୱର ମଲ୍ଲିକ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ। ପ୍ରିୟରଞ୍ଜନ ଦାସ ଓ ଶାନ୍ତ୍ୱନୁ ମହାପାତ୍ର ସ୍କୋରର ଏବଂ ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଦାଇତ୍ୱ ତୁଲାଇଥିଲେ।