ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆର ଆଇ ଙ୍କୁ ମରଣାନ୍ତକ ଆକ୍ରମଣ , ନ୍ୟାୟ ପାଇଁ ବାଂଶଡା ଥାନା ଓ ମାଜିଷ୍ଟ୍ରେଟ ଙ୍କ ପାଖରେ ଦ୍ୱାରସ୍ତ ହେଲେ ଆର ଆଇ।ଏମିତି ଘଟଣା ଘଟିଛି ଚାନ୍ଦବାଲି ତହସିଲ ଅଧିନ ସାରଣା ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ କ୍ଷଉକ୍ତ କାର୍ଯ୍ୟାଳୟର ଆର ଆଇ ତାପସ ରଞ୍ଜନ ଜେନା କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତ୍ତି ପଂଚାୟତ ଜଗନ୍ନାଥପୁର ଗ୍ରାମର ସୁବାସ ଦାସ ନାମକ ଜଣେ ଯୁବକ ଆର ଆଇ ଅଫିସକୁ ଯାଇ କିଛି ବେଆଇନ କାମ କରିବା ପାଇଁ କହିଥିଲେ । କିନ୍ତୁ ଆର ଆଇ ତାପସ ରଞ୍ଜନ ଜେନା ତାଙ୍କୁ ମନା କରିଦେବାରୁ ସୁବାସ ଦାସ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଆର ଆଇ ତାପସ ରଞ୍ଜନ ଜେନା ଙ୍କ ଦେହ ଅସୁସ୍ଥ ହେବାରୁ ସେ ଡାକ୍ତରଖାନା ରେ ଚିକିତ୍ସିତ ମଧ୍ୟ ହୋଇଛନ୍ତି।ନ୍ୟାୟ ପାଇଁ ଆର ଆଇ ବାଂଶଡା ଥାନା ଓ ଚାନ୍ଦବାଲି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯନୁଷ୍ଠାନ ନିଆଯିବ ବୋଲି ଚାନ୍ଦବାଲି ତହସିଲଦାର କହିଛନ୍ତି ।