Odiapua.com

ଆର୍‌.ସି.ବି.ଏଲ୍ ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ସ୍ଥିତ ରାମଚନ୍ଦ୍ର ବିହାରୀଲାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗିତାଞ୍ଜଳୀ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ କହିଲେ, ବର୍ତ୍ତମାନ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା ଚାଲିଛି । ସମସ୍ତ ବାଧା ପ୍ରତିବନ୍ଧକକୁ କାଟି ଆଗକୁ ବଢିବା ସହ ଭବିଷ୍ୟତରେ ଭଲ ମଣିଷ ହେବାକୁ ଦିଗ୍‌ଦର୍ଶନ ଦେଇଥିଲେ । ବିଶିଷ୍ଟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ, ମୁଖ୍ୟବକ୍ତା ସୁରଜୀତା ନାୟକ, ଭଦ୍ରକ ଓଷ୍ଟା ସମ୍ପାଦକ ପ୍ରଦିପ୍ତ କୁମାର ଦାସ, ପ୍ରଫୁଲ୍ଲ କୁମାର ନାୟକ, କାଉଁସିଲର୍ ଦିଲ୍ଲିପ କୁମାର ନାୟକ, ପ୍ରମୋଦ କୁମାର ବନ୍ଧ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିଶିର କୁମାର ମିଶ୍ର, ରୋଟାରିଆନ୍ ସଂଗ୍ରାମ ଦାସ, ଆଲୁମିନି କମିଟି ଅଧ୍ୟକ୍ଷ ମଦନ ମୋହନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କ ଉଦ୍ଦେଶ୍ୟରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ହିନ୍ଦୀ ଶିକ୍ଷକ ନିର୍ମଳ କୁମାର ରାଉତରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିବା ବେଳେ ଅମିତା ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ମୋନାଲିସା ସାହୁ, ବିଣାପାଣି ପଣ୍ଡା, ଦେଶପ୍ରିୟା ବିଶ୍ୱାଳ, ସ୍ମିତା ସୁଚରିତା ମଲ୍ଲିକ, ରାଧାରାଣୀ ବଳ, ମନ୍ଦାକିନୀ ନାୟକ, ମମତା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।