Odiapua.com

ଆର୍ୟନଖାନ୍ ଡ୍ରଗ୍ସ ମାମଲାରେ ସାକ୍ଷୀ ପ୍ରଭାକର ସେଲଙ୍କର ହୃଦଘାତ କାରଣରୁ ମୃତ୍ୟୁ – ଏନସିବି ଅଧିକାରୀ ଶାରୁଖ ଏବଂ ତାଙ୍କ ମ୍ୟାନେଜରଙ୍କଠାରୁ ଟଙ୍କା ମାଗିଥିବାର ଅଭିଯୋଗ କରିଥିଲେ ପ୍ରଭାକର

ନୂଆ ଦିଲ୍ଲୀ ୨-୪ (ଓଡ଼ିଆ ପୁଅ) କର୍ଡେଲିଆ କ୍ରୁଜ୍ ଡ୍ରଗ୍ ମାମଲାରେ ଏନସିବିର ପ୍ରମୁଖ ସାକ୍ଷୀ ପ୍ରଭାକର ସେଲ୍ ଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ତାଙ୍କ ଓକିଲ ତୁଷାର ଖଣ୍ଡେରଙ୍କ ଅନୁଯାୟୀ, ଗତକାଲି ଚେମ୍ବୁରର ମହଲ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି।

ପ୍ରଭାକର ସେଲ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଜଣେ ନିରପେକ୍ଷ ସାକ୍ଷୀ ଥିଲେ, ଯିଏ କି କେ.ପି ଗୋସାଭିଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ବୋଲି ଦାବି କରିଥିଲେ। ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାରେ ପ୍ରଭାକର ଏପରି ଅନେକ ସମ୍ବେଦନଶୀଳ କଥା ପ୍ରକାଶ କରିଥିଲେ, ଯେଉଁଥିପାଇଁ ସେ ଲାଇମଲାଇଟକୁ ଆସିଥିଲେ।

ପ୍ରଭାକର ସେଲ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଜୋନାଲ ଡାଇରେକ୍ଟର ସମୀର ୱାନକେଡେ ୨୫ କୋଟି ଲାଞ୍ଚ ମାଗିଥିବା ଅଭିଯୋଗ କରିଥିଲେ। ଏହାପରେ ଏନସିବିର ସ୍କାନର ଅଧୀନରେ ଆସିବା ପରେ ସମୀର ୱାନକେଡେଙ୍କୁ ମଧ୍ୟ ଏହି ମାମଲାରୁ ଦୂରରେ ରହିବାକୁ ପଡିଥିଲା।