ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୧୧- ସାରା ଦେଶରେ ମହିଳା ମାନଙ୍କ ଉପରେ ସାମାଜିକ ହିଂସା , ପାରିବାରିକ ହିଂସା , ନିର୍ଯ୍ୟାତନା ଓ ଦୁଷ୍କର୍ମ ବଢିଚାଲୁଥିବା ବେଳେ ନଭେମ୍ବର ୨୬ ତାରିଖ କୁ ଆର୍ନ୍ତଜାତୀୟ ମହିଳା ସୁରକ୍ଷା ଦିବସ ଭାବେ ପାଳନ କରାଯାଉଅଛି । ସେହି ପ୍ରରିପେକ୍ଷୀ ରେ ଚାନ୍ଦପୁର ଏ.ଜି ମିଶନ୍ ସ୍କୁଲ୍ ଓ ଚାନ୍ଦପୁର ଥାନା ମିଳିତ ଉଦ୍ୟମରେ ମହିଳା ମାନଙ୍କ ଉପରେ ଘଟୁଥିବା ହିଂସା କୁ ତୀବ୍ର ପ୍ରତିରୋଧ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ କୁ ଉତ୍ସାହିତ କରିବା ପାଇଁ ମିଶନ୍ ସ୍କୁଲ ଠାରୁ ଏକ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ରେ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀରଞ୍ଜନ ଦାସ , ଉପ ନିରୀକ୍ଷକା ଅଞ୍ଜଳି ସା ଙ୍କ ସହ ମିଶନ୍ ସ୍କୁଲର ଚେୟାରମ୍ୟାନ୍ ବିନୁ ଗ୍ରାଭିଏଲ୍ , ପ୍ରଧାନ ଶିକ୍ଷକ ଏମ୍. ମାର୍ଟିନ୍ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ପଥପ୍ରାନ୍ତ ନାଟକ ସହ ବିଭିନ୍ନ ନାରାବାଜି ଦେଇ ମହିଳା ମାନଙ୍କ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିଥିଲେ । ଯାହାକି ଜନମାନସ ରେ ପ୍ରଭାବ ପକାଇଥିଲା ।