Odiapua.com

ଆର୍ନ୍ତଜାତିକ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ପୁରୀ ଜିଲ୍ଲାର ପିପିଲି ଖେଳାଳି

ପୁରୀ, ୧୭।୧୨ (ଓଡ଼ିଆ ପୁଅ) ଆର୍ନ୍ତଜାତିକ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ପୁରୀ ଜିଲ୍ଲାର ପିପିଲି ଖେଳାଳି। ଟାଇକୋଣ୍ଡୋର ୧୧ଜଣ ପ୍ରତିଯୋଗୀ ଏଥିରେ ଭାଗ ନେବେ। କୋଭିଡ କଟକଣା ପାଇଁ ଭରଚୁଆଲ ମାଧ୍ୟମରେରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରାୟ ୧୫ ଟି ଦେଶର ପ୍ରତିଯୋଗୀମାନେ ଭାଗ ନେବେ। ଥାଇଲାଣ୍ଡରେ ଆୟୋଜିତ ଏହି ପ୍ରତିଯୋଗୀତା ଡିସେମ୍ବର ୨୨ ରୁ ଡ଼ିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ପିପିଲି ଟିମ ଟାଇକୋଣ୍ଡୋ ପ୍ରତିଯୋଗୀମାନେ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ପ୍ରଥମ ଥର ପାଇଁ ମନୋନୀତ ହୋଇଥିବରୁ ବେଶ ଖୁସି ଓ ଏକ୍ସସାଇଟଟେଡ଼ ଅଛନ୍ତି ଖେଳାଳି।