Odiapua.com

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩ : ମୁଖ୍ୟାଂଶ

– ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଧାର ମାର୍ଗରେ ଅଗ୍ରସର ହେଉଛି ଭାରତୀୟ ଅର୍ଥବ୍ୟବସ୍ଥା, ୨୦୨୩ ଆର୍ଥିକ ବର୍ଷରେ ମହାମାରୀ ପୂର୍ବ ବିକାଶ ହାର ହାସଲ କରିବା ଲାଗି ପ୍ରସ୍ତୁତ
– ଖୁଚୁରା ମୁଦ୍ରାସ୍ଫିତୀ ନଭେମ୍ବର ୨୦୨୨ରେ ଆରବିଆଇର ନିର୍ଦ୍ଧାରିତ ଲକ୍ଷ୍ୟକୁ ଫେରିଲା
– ଏପ୍ରିଲ-ନଭେମ୍ବର ୨୦୨୨ ଅବଧିରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ସୁଧାର
– ନିଯୁକ୍ତି ସୁଯୋଗ ବୃଦ୍ଧି, ସହରାଞ୍ଚଳରେ ବେକାରୀ ହାର କମିଲା ଏବଂ କର୍ମଚାରୀ ଭବିଷ୍ୟନିଧିରେ ପଞ୍ଜୀକରଣ ସଂଖ୍ୟା ବଢ଼ିଲା
– ସୁଯୋଗ, ଦକ୍ଷତା ଏବଂ ସହଜ ଜୀବନଧାରଣରେ ସୁଧାର ପାଇଁ ଜନ କଲ୍ୟାଣ ଦିଗରେ ପଦକ୍ଷେପ, ବିଶ୍ୱାସ ଆଧାରିତ ପ୍ରଶାସନ, କୃଷି ଉତ୍ପାଦକତା ବୃଦ୍ଧି ଏବଂ ବିକାଶ ସହଭାଗୀ ରୂପରେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଲାଗି ସରକାରୀ ସଂସ୍କାରରେ ପ୍ରାଥମିକତା ଦିଆଯାଇଆସିଛି
– ବିତ୍ତୀୟ ସ୍ୱଚ୍ଛତା କାରଣରୁ ଆର୍ଥିକ ସଂସ୍ଥାନ ଦ୍ୱାରା ଋଣ ଲଗାଣ ବୃଦ୍ଧି
– ଋଣ ପରିଶୋଧରେ ବୃଦ୍ଧି, ଉନ୍ନତ ନିବେଶ ଚକ୍ର ଲାଗି ଘରୋଇ ପୁଞ୍ଜିରେ ବୃଦ୍ଧି
– ଏପ୍ରିଲ ୨୦୨୨ ପର ଠାରୁ ଅନୁସୂଚିତ ବ୍ୟବସାୟିକ ବ୍ୟାଙ୍କ ଦ୍ୱାରା ଅଣ-ଖାଦ୍ୟ ଋଣ ଅଫଟେକରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି
– ଏସସିବିଗୁଡ଼ିକର ସକଳ ଅଚଳ ପରିସମ୍ପତ୍ତି (ଜିଏନପିଏ) ଅନୁପାତ ସାତ ବର୍ଷ ମଧ୍ୟରେ ସର୍ବନିମ୍ନ ୫.୦ କୁ ଖସିଲା
– ସାମାଜିକ କ୍ଷେତ୍ରରେ ପୁଞ୍ଜି ବ୍ୟୟ (କେନ୍ଦ୍ର ଓ ରାଜ୍ୟ ମିଶି) ୨୦୧୬ ଆର୍ଥିକ ବର୍ଷରେ ୯.୧ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୧.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା
– ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବଜେଟ ବ୍ୟୟ ପରିମାଣ ୨୦୨୩ ଆର୍ଥିକ ବର୍ଷରେ ଜିଡିପିର ୨.୧%, ୨୦୨୨ ଆର୍ଥିକ ବର୍ଷରେ ୨.୨% ଏବଂ ୨୦୨୧ ଆର୍ଥିକ ବର୍ଷରେ ୧.୬% ଛୁଇଁଲା
– ଦିଆଗଲା ୨୨୦ କୋଟି ଡୋଜ୍‌ରୁ ଅଧିକ କୋଭିଡ ଟିକା
– ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଉପରେ ୟୁନଡିପିର ୨୦୨୨ ରିପୋର୍ଟ ବିଷୟରେ ଉଲ୍ଲେଖ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ୨୦୦୫-୦୬ ଏବଂ ୨୦୧୯-୨୦ ମଧ୍ୟରେ ଭାରତରେ ୪୧.୫ କୋଟି ଲୋକ ଦାରିଦ୍ର୍ୟରୁ ପାଇଛନ୍ତି ମୁକ୍ତି
– ୨୦୭୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତ ଶୂନ୍ୟ ନିର୍ଗମନ ସଂକଳ୍ପ ଘୋଷଣା କରିଛି
– ଲାଇଫ-ଲାଇଫ ଷ୍ଟାଇଲ୍‌ ଫର ଏନଭାଇରନମେଣ୍ଟ ବା ପରିବେଶ ଅନୁକୂଳ ଜୀବନଶୈଳୀ ନାମକ ଏକ ଗଣଆନ୍ଦୋଳନ ଶୁଭାରମ୍ଭ କରାଯାଇଛି
– ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ୨୦୪୭ ସୁଦ୍ଧା ଭାରତକୁ ଇନ୍ଧନ କ୍ଷେତ୍ରରେ କରିବ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ
– ୨୦୨୦-୨୧ରେ କୃଷି କ୍ଷେତ୍ରରେ ଘରୋଇ ନିବେଶ ପରିମାଣ ୯.୩%କୁ ବୃଦ୍ଧି
– ଗୋଟିଏ ବର୍ଷ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୮୧.୪ କୋଟି ହିତାଧିକାରୀକୁ ମାଗଣା ଖାଦ୍ୟଶସ୍ୟ ବିତରଣ
– ଏପ୍ରିଲ-ଜୁଲାଇ ୨୦୨୨-୨୩ ଅର୍ଥପଇଠ ଅବଧିରେ ପିଏମ କିସାନ ଅଧୀନରେ ପ୍ରାୟ ୧୧.୩ କୋଟି ଚାଷୀଙ୍କୁ ମିଳିଲା ଆର୍ଥିକ ସହାୟତା
– ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ ଜରିଆରେ ମୋଟା ଶସ୍ୟ ବା ମିଲେଟ୍‌କୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ନେତୃତ୍ୱ ନେଉଛି ଭାରତ
– ୨୦୨୨ ଆର୍ଥିକ ବର୍ଷରେ ପିଏଲଆଇ ଯୋଜନା ଅଧୀନରେ ୪୭,୫୦୦ କୋଟି ଟଙ୍କାର ନିବେଶ-ସମାନ ବର୍ଷ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟର ୧୦୬%
– ୨୦୨୫ ପର୍ଯ୍ୟନ୍ତ ଭାରତର ଇ-କମର୍ସ ବଜାର ବାର୍ଷିକ ୧୮ ପ୍ରତିଶତ ହାରରେ ବିକଶିତ ହେବା ନେଇ ପୂର୍ବାନୁମାନ
– ଏପ୍ରିଲ-ଡିସେମ୍ବର ୨୦୨୨ରେ ସାମଗ୍ରୀ ରପ୍ତାନି ପରିମାଣ ୩୩୨.୮ ବିଲିୟନ ଆମେରିକୀୟ ଡଲାର ଛୁଇଁଲା
– ୨୦୨୨ରେ ଭାରତ ହେଲା ସର୍ବାଧିକ ନିବେଶ ପ୍ରାପ୍ତ କରିଥିବା ଦେଶ, ଗୋଟିଏ ବର୍ଷରେ ୧୦୦ ବିଲିୟନ ଆମେରିକୀୟ ଡଲାର ଅର୍ଥରାଶି ହସ୍ତଗତ
– ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ସମନ୍ୱିତ ଯୋଜନା ପ୍ରସ୍ତୁତି ଏବଂ ସମକ୍ରମିକ କାର୍ଯ୍ୟକାରିତା ପାଇଁ ଏକ ବିସ୍ତୃତ ଡେଟାବେସ ପ୍ରସ୍ତୁତ କରିଛି ପିଏମ ଗତିଶକ୍ତି ନେସନାଲ ମାଷ୍ଟର ପ୍ଲାନ୍‌
– ୨୦୧୯-୨୨ ମଧ୍ୟରେ ମୂଲ୍ୟ ଆଧାରରେ ୧୨୧ ପ୍ରତିଶତ ଏବଂ ପରିମାଣ ଆଧାରରେ ୧୧୫ ପ୍ରତିଶତ ବଢ଼ିଲା ୟୁପିଆଇ ଅର୍ଥ କାରବାର; ଏହାର ଅନ୍ତର୍ଜାତୀୟ ଗ୍ରହଣୀୟତା ପାଇଁ ହେଲା ମାର୍ଗପ୍ରଶସ୍ତ

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ବର୍ଷର ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଆଗତ କରିଛନ୍ତି। ସର୍ବେକ୍ଷଣ ରିପୋର୍ଟର ମୁଖ୍ୟାଂଶ ନିମ୍ନରେ ଦିଆଗଲା :

୨୦୨୨-୨୩ରେ ଅର୍ଥବ୍ୟବସ୍ଥାର ସ୍ଥିତି : ସୁଧାର ସମ୍ପୂର୍ଣ୍ଣ
– ମହାମାରୀ ଜନିତ ଅବନତି, ରୁଷ-ୟୁକ୍ରେନ ଯୁଦ୍ଧର ପ୍ରତିକୂଳ ପ୍ରଭାବ ଏବଂ ଦରଦାମ ବୃଦ୍ଧିରୁ ମୁକୁଳିବା ପରେ ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ହାସଲ କରୁଥିବା ଦେଖିବାକୁ ମିଳୁଛି। ଦେଶର ଅର୍ଥବ୍ୟବସ୍ଥା ଚଳିତ ୨୦୨୩ ଆର୍ଥିକ ବର୍ଷରେ ମହାମାରୀ ପୂର୍ବ ବିକାଶ ପଥରେ ଅଗ୍ରସର ହେଉଛି।
– ଭାରତରେ ଜିଡିପି ବିକାଶ ହାର ୨୦୨୪ ଆର୍ଥିକ ବର୍ଷରେ ମଧ୍ୟ ସୁଦୃଢ଼ ରହିବ ବୋଲି ଆଶା କରାଯାଉଛି । ୨୦୨୪ ଆର୍ଥିକ ବର୍ଷରେ ଦେଶରେ ଜିଡିବି ଅଭିବୃଦ୍ଧି ହାର ୬-୬.୮ ପ୍ରତିଶତ ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଇଛି।
– ୨୦୧୫ ଆର୍ଥିକ ବର୍ଷ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଛଅ ମାସରେ ଘରୋଇ ଉପଯୋଗ ସର୍ବାଧିକ ରହିଛି ଏବଂ ଏହାଦ୍ୱାରା ଉତ୍ପାଦନ ସମ୍ବନ୍ଧୀୟ ଗତିବିଧିକୁ ବେଶ ପ୍ରୋତ୍ସାହନ ମିଳିଛି ଯାହାଫଳରେ ସବୁ କ୍ଷେତ୍ରରେ କ୍ଷମତାର ଉପଯୋଗ ବୃଦ୍ଧି ପାଇଛି।
– କେନ୍ଦ୍ର ସରକାରଙ୍କ ପୁଞ୍ଜିଗତ ବ୍ୟୟ ଏବଂ ଏବେ କମ୍ପାନୀଗୁଡ଼ିକର ମଜବୁତ ବାଲାନ୍ସ ଶିଟର ନେତୃତ୍ୱରେ ଘରୋଇ ପୁଞ୍ଜି ବ୍ୟୟ ଚଳିତ ଆର୍ଥିକ ବର୍ଷ ସମୟରେ ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶରେ ଯଥେଷ୍ଟ ସହାୟକ ସାବ୍ୟସ୍ତ ହୋଇଛି।
– ଏମଏସଏମଇ କ୍ଷେତ୍ର ପାଇଁ ମୋଟ୍‌ ଋଣ ଯୋଗାଣ ବୃଦ୍ଧି ପାଇଛି, ଜାନୁଆରୀ-ନଭେମ୍ବର ୨୦୨୨ ସମୟରେ ଏହା ହାରାହାରୀ ୩୦.୬ ପ୍ରତିଶତରୁ ମଧ୍ୟ ଅଧିକ ରହିଥିଲା।
– ଖୁଚୁରା ମୁଦ୍ରାସ୍ଫିତୀ ନଭେମ୍ବର ୨୦୨୨ରେ ହ୍ରାସ ପାଇ ପୁଣିଥରେ ଆରବିଆଇର ନିର୍ଦ୍ଧାରିତ ଲକ୍ଷ୍ୟ ପରିଧି ମଧ୍ୟକୁ ଆସିଯାଇଛି।
– ଭାରତୀୟ ମୁଦ୍ରାର ପ୍ରଦର୍ଶନ ଏପ୍ରିଲ-ଡିସେମ୍ବର ୨୦୨୨ ସମୟରେ ଅନ୍ୟ ଉଦୀୟମାନ ବଜାର ଅର୍ଥବ୍ୟବସ୍ଥା ତୁଳନାରେ ଯଥେଷ୍ଟ ଉନ୍ନତ ରହିଥିଲା।
– ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଏପ୍ରିଲ-ନଭେମ୍ବର ୨୦୨୨ ସମୟରେ ମଧ୍ୟ ଉନ୍ନତ ରହିଥିଲା।
– ଦେଶରେ ସହରାଞ୍ଚଳ ବେକାରୀ ହାର ହ୍ରାସ ପାଉଛି ଏବଂ କର୍ମଚାରୀ ଭବିଷ୍ୟ ନିଧିରେ ଦ୍ରୁତ ଗତିରେ ପଞ୍ଜୀକରଣ ବୃଦ୍ଧି ପାଉଛି, ଏସବୁ ନିଯୁକ୍ତି ସୁଯୋଗ ସୃଷ୍ଟିର ସଙ୍କେତ ଦେଉଛି।
– ସାର୍ବଜନୀନ ଡିଜିଟାଲ ପ୍ଲାଟଫର୍ମର ସମ୍ପ୍ରସାରଣ ଏବଂ ବିନିର୍ମାଣ କ୍ଷେତ୍ରରେ ଉତ୍ପାଦନ ବଢ଼ାଇବା ଲାଗି ପଦକ୍ଷେପ କାରଣରୁ ଆର୍ଥିକ ବିକାଶର ଗତି ତ୍ୱରାନ୍ୱିତ ହେବ।

ଭାରତରେ ମଧ୍ୟମକାଳୀନ ବିକାଶ ଆଉଟଲୁକ୍‌ : ଆଶା ଓ ଆକାଂକ୍ଷାରେ ପରିପୂର୍ଣ୍ଣ

– ଭାରତୀୟ ଅର୍ଥବ୍ୟବସ୍ଥାରେ ବ୍ୟାପକ ଢାଞ୍ଚାଗତ ଓ ପ୍ରଶାସନିକ ସଂସ୍କାର ଲାଗୁ କରାଯାଇଛି ଯାହାଫଳରେ ୨୦୧୪ରୁ ୨୦୨୨ ମଧ୍ୟରେ ଏହାର ସାମଗ୍ରିକ ଦକ୍ଷତା ବଢ଼ିବା ଦ୍ୱାରା ଅର୍ଥବ୍ୟବସ୍ଥାର ମୌଳିକ ତତ୍ତ୍ୱ ମଜବୁତ ହୋଇଛି।
– ଜୀବନ ଯାପନ ଏବଂ ବ୍ୟବସାୟିକ ସୁଗମତା ବଢ଼ାଇବା ଉପରେ ବିଶେଷ ଜୋର ଦିଆଯିବା ଫଳରେ ୨୦୧୪ ପରେ ଲାଗୁ କରାଯାଇଥିବା ସଂସ୍କାରଗୁଡ଼ିକ ସାର୍ବଜନୀନ ବସ୍ତୁ ପ୍ରସ୍ତୁତ କରିବା, ବିଶ୍ୱାସ ଆଧାରିତ ପ୍ରଶାସନକୁ ଆପଣାଇବା, ବିକାଶ ଲାଗି ଘରୋଇ କ୍ଷେତ୍ର ସହିତ ଭାଗିଦାରୀ କରିବା ଏବଂ କୃଷି ଉତ୍ପାଦକତା ବଢ଼ାଇବା ଉପରେ ଆଧାରିତ ଥିଲା।
– ବର୍ଷ ୨୦୧୪-୨୨ ଅବଧିରେ ବାଲାନ୍ସ ଶିଟ୍‌ ଉପରେ ଚାପ ଦେଖିବାକୁ ମିଳିଥିଲା ଯାହାଫଳରେ ବିଗତ ବର୍ଷ ସମୟରେ ଋଣବୋଝ ବଢ଼ିବା ଏବଂ ୱାନ୍‌ ଅଫ୍‌ର ବୈଶ୍ବିକ ଧକ୍କା ଅନୁଭୂତ ହୋଇଥିଲା। ଏହି କାରଣରୁ ପ୍ରମୁଖ ବୃହତ ଆର୍ଥିକ ଅବୟବ ବା ଉପାଦାନ ଯଥା ଋଣ ବୃଦ୍ଧି, ପୁଞ୍ଜି ସୃଷ୍ଟି ଏବଂ ଏପରି ଆର୍ଥିକ ବିକାଶ ଏହି ଅବଧି ସମୟରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।
– ଏଭଳି ସ୍ଥିତି ପ୍ରକୃତି ୧୯୯୮-୨୦୦୨ ଅବଧି ସହ ବେଶ ମେଳ ଖାଇଥାଏ, କାରଣ ଏହି ସମୟରେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ପରିବର୍ତ୍ତନକାରୀ ସଂସ୍କାର ଫଳରେ ବିକାଶ ହାର ଅର୍ଥବ୍ୟବସ୍ଥାର ଅସ୍ଥାୟୀ ଧକ୍କା କାରଣରୁ ଧିମେଇ ଯାଇଥିଲା। ଯେତେବେଳେ ଏହି ଝଟକା ଦୁର୍ବଳ ହୋଇଯାଇଥିଲା, ସେତେବେଳେ ଲାଗୁ କରାଯାଇଥିବା ଢାଞ୍ଚାଗତ ସଂସ୍କାରର ବ୍ୟାପକ ଲାଭ ୨୦୦୩ ଠାରୁ ଦେଖିବାକୁ ମିଳିଥିଲା।
– ଅନୁରୂପ ଭାବେ ୨୦୨୨ ପରେ ମହାମାରୀର ଜାଗତିକ ଝଟ୍‌କା ବା କ୍ଷତି ଯେତେବେଳେ ଦୁର୍ବଳ ହୋଇଯିବ ଏବଂ ଦରଦାମ ବୃଦ୍ଧି କମିଯିବ ସେତେବେଳେ ଭାରତୀୟ ଅର୍ଥବ୍ୟବସ୍ଥା ନିଶ୍ଚିତ ଭାବେ ପରବର୍ତ୍ତୀ ଦଶନ୍ଧିରେ ଯଥେଷ୍ଟ ଦ୍ରୁତ ଗତିରେ ବିକଶିତ ହେବ।
– ବ୍ୟାଙ୍କିଙ୍ଗ, ଅଣ-ବ୍ୟାଙ୍କିଙ୍ଗ ଏବଂ କର୍ପୋରେଟ୍ କ୍ଷେତ୍ରର ଉନ୍ନତ ବାଲାନ୍ସ ଶିଟ୍‌ କାରଣରୁ ନୂଆ କରି ଏକ ଋଣ ଚକ୍ର ବିଧିବଦ୍ଧ ଭାବେ ଆରମ୍ଭ ହୋଇସାରିଛି, ଯାହାକି ବିଗତ ମାସ ସମୟରେ ବ୍ୟାଙ୍କ ଋଣରେ ଦେଖିବାକୁ ମିଳିଥିବା ଅଢ଼େଇ ଅଙ୍କର ବୃଦ୍ଧି ହାର ସହିତ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଥାଏ।
– ଏଥିସହିତ ଅପେକ୍ଷାକୃତ ଅଧିକ ଔପଚାରିକରଣ, ଆର୍ଥିକ ସମାବେଶନ ହାରରେ ବୃଦ୍ଧି ପାଉଥିବା ଦକ୍ଷତା ଏବଂ ଡିଜିଟାଲ ପ୍ରଯୁକ୍ତି ଆଧାରିତ ଆର୍ଥିକ ସଂସ୍କାର କାରଣରୁ ସୃଷ୍ଟି ହୋଇଥିବା ସୁଯୋଗ ମାଧ୍ୟମରେ ଭାରତୀୟ ଅର୍ଥବ୍ୟବସ୍ଥା ଲାଭାନ୍ୱିତ ହେବାରେ ଲାଗିଛି।
– ତେଣୁ, ଆର୍ଥିକ ସର୍ଭେ ରିପୋର୍ଟର ଅଧ୍ୟାୟ ୨ରେ ଏହା ଦର୍ଶାଯାଇଛି ଯେ ମହାମାରୀ ପୂର୍ବ ବର୍ଷ ତୁଳନାରେ ଏବେ ଭାରତର ବିକାଶ ଆଉଟଲୁକ୍‌ରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ଭାରତୀୟ ଅର୍ଥବ୍ୟବସ୍ଥା ଆଗାମୀ ବର୍ଷଗୁଡ଼ିକରେ ନିଜର ସମ୍ପୂର୍ଣ୍ଣ କ୍ଷମତା ସହିତ ବିକଶିତ ହେବା ଲାଗି ପ୍ରସ୍ତୁତ ରହିଛି।

ରାଜକୋଷୀୟ ଘଟଣାକ୍ରମ : ଦ୍ରୁତ ରାଜସ୍ୱ ବୃଦ୍ଧି
– କେନ୍ଦ୍ର ସରକାରଙ୍କ ଆର୍ଥିକ ସ୍ଥିତି ୨୦୨୩ ଆର୍ଥିକ ବର୍ଷ ସମୟରେ ବେଶ ସୁଦୃଢ଼ ହୋଇଛି। ଆର୍ଥିକ ବୃଦ୍ଧି ବଢ଼ିବା, ପ୍ରତ୍ୟକ୍ଷ ଟିକସ ଏବଂ ଜିଏସଟି ରାଜସ୍ୱରେ ଦ୍ରୁତ ବୃଦ୍ଧି ଏବଂ ବଜେଟରେ ଯଥାର୍ଥବାଦୀ ଅନୁମାନ କାରଣରୁ ଏହା ସମ୍ଭବ ହୋଇପାରିଛି।
– ଏପ୍ରିଲ-ନଭେମ୍ବର ୨୦୨୨ ସମୟରେ ସକଳ ଟିକସ ରାଜସ୍ୱ ୧୫.୫ ପ୍ରତିଶତର ବାର୍ଷିକ ବୃଦ୍ଧି ରେକର୍ଡ କରାଯାଇଛି ଯାହାକି ପ୍ରତ୍ୟକ୍ଷ ଟିକସ ଏବଂ ବସ୍ତୁ ଓ ସେବା କର (ଜିଏସଟି)ରେ ଭାରୀ ବୃଦ୍ଧି କାରଣରୁ ସମ୍ଭବ ହୋଇପାରିଛି।
– ଚଳିତ ଆର୍ଥିକ ବର୍ଷର ପ୍ରଥମ ଆଠ ମାସ ସମୟରେ ପ୍ରତ୍ୟକ୍ଷ ଟିକସରେ ବୃଦ୍ଧି ବାସ୍ତବରେ ଏହାର ଦୀର୍ଘକାଳୀନ ହାରାହାରୀ ଠାରୁ ଢେର ଅଧିକ ରହିଛି।
– ଜିଏସଟି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ଉତ୍ସ ପାଲଟିଯାଇଛି। ଏପ୍ରିଲ-ଡିସେମ୍ବର ୨୦୨୨ ସମୟରେ ସକଳ ଜିଏସଟି ସଂଗ୍ରହରେ ବାର୍ଷିକ ଆଧାରରେ ୨୪.୮ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି।
– ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ବ୍ୟୟର ଆବଶ୍ୟକତା ଯଥେଷ୍ଟ ଅଧିକ ରହିବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଞ୍ଜିଗତ ବ୍ୟୟ (କ୍ୟାପେକ୍ସ) ଉପରେ ନିରନ୍ତର ବିଶେଷ ଜୋର ଦିଆଯାଇ ଆସୁଛି। କେନ୍ଦ୍ର ସରକାରଙ୍କ ପୁଞ୍ଜିଗତ ବ୍ୟୟ ଜିଡିପିର ୧.୭ ପ୍ରତିଶତର ଦୀର୍ଘକାଳୀନ ବାର୍ଷିକ ହାରାହାରୀ (ଆର୍ଥିକ ବର୍ଷ ୨୦୦୯ ଠାରୁ ଆର୍ଥିକ ବର୍ଷ ୨୦୨୦ ପର୍ଯ୍ୟନ୍ତ) ଠାରୁ ନିରନ୍ତର ବୃଦ୍ଧି ପାଇ ୨୦୨୨ ଆର୍ଥିକ ବର୍ଷରେ ଜିଡିପିର ୨.୫ ପ୍ରତିଶତରେ ପହଞ୍ଚିଛି ।
– କେନ୍ଦ୍ର ସରକାର ସୁଧ ମୁକ୍ତ ଋଣ ଏବଂ ବର୍ଦ୍ଧିତ ଋଣ ସୀମା ଜରିଆରେ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି, ଯାହାଫଳରେ ପୁଞ୍ଜିଗତ ବ୍ୟୟକୁ ପ୍ରାଥମିକତା ଦିଆଯାଇପାରିବ।
– ଭିତ୍ତିଭୂମି କ୍ଷେତ୍ର ଯଥା ସଡ଼କ ଏବଂ ରାଜପଥ, ରେଳବାଇ, ଆବାସ ଓ ସହରାଞ୍ଚଳ ବ୍ୟାପାର ଉପରେ ବିଶେଷ ଜୋର ଦିଆଯିବା ଫଳରେ ପୁଞ୍ଜିଗତ ବ୍ୟୟରେ ବୃଦ୍ଧି ଦେଖିବାକୁ ମିଳିଛି । ଏହାର ବ୍ୟାପକ ସକାରାତ୍ମକ ନିହିତାର୍ଥ ଦେଶରେ ମଧ୍ୟମକାଳୀନ ଆର୍ଥିକ ବିକାଶ ଲାଗି ଉଦ୍ଦିଷ୍ଟ।
– ସରକାରଙ୍କ ପୁଞ୍ଜିଗତ ବ୍ୟୟ ଆଧାରିତ ବିକାଶ ରଣନୀତି ଫଳରେ ଭାରତରେ ଅଭିବୃଦ୍ଧି ହାର ଏବଂ ସୁଧ ଦର ମଧ୍ୟରେ ବ୍ୟବଧାନକୁ ଧନାତ୍ମକ ରଖିବାରେ ସହାୟତା ମିଳିବ ଯାହାଫଳରେ ଆଗାମୀ ବର୍ଷଗୁଡ଼ିକରେ ଋଣ-ଜିଡିପି ଅନୁପାତକୁ ଏକ ପରିଧିରେ ରଖିବା ସମ୍ଭବ ହୋଇପାରିବ।

ମୌଦ୍ରିକ ପରିଚାଳନା ଏବଂ ଆର୍ଥିକ ମଧ୍ୟସ୍ଥତା : ଭଲ ବର୍ଷ ସାବ୍ୟସ୍ତ ହୋଇଛି
– ଆରବିଆଇ ଏପ୍ରିଲ ୨୦୨୨ରେ ନିଜର ମୁଦ୍ରା ନୀତିକୁ କଠୋର କରିବା ଆରମ୍ଭ କରିଥିଲା ଏବଂ ସେବେଠାରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ରେପୋ ରେଟ୍‌ରେ ୨.୨୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ଯାହାଫଳରେ ବଳକା ଲିକ୍ୟୁଡିଟୀ ହ୍ରାସ ପାଇଛି।
– ବାଲାନ୍ସ ଶିଟକୁ ସୁଦୃଢ଼ କରିବା ଲାଗି ଆର୍ଥିକ ସଂସ୍ଥାନଗୁଡ଼ିକର ଋଣ ଲଗାଣରେ ବୃଦ୍ଧି ପରିଲକ୍ଷିତ ହୋଇଛି।
– ଋଣ ଅଫଟେକରେ ବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି ଏବଂ ଏହା ସହିତ ଘରୋଇ ପୁଞ୍ଜିଗତ ବ୍ୟୟ ବଢ଼ିବା ଫଳରେ ଲାଭଜନକ ନିବେଶ ଚକ୍ର ଆରମ୍ଭ ହେବ।
– ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ (ଏସସିବି)ର ଅଣ ଖାଦ୍ୟ ଋଣ ପରିମାଣ ଏପ୍ରିଲ ୨୦୨୨ ଠାରୁ ଲଗାତାର ଦୁଇ ଅଙ୍କ ବିଶିଷ୍ଟ ହାରରେ ବଢ଼ୁଅଛି।
– ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି)ର ଋଣ ବିତରଣ ମଧ୍ୟ ବଢ଼ି ଚାଲିଛି।
– ଏସସିବିର ସକଳ ଅଣ-ଅଚଳ ପରିସମ୍ପତ୍ତି (ଜିଏନପିଏ) ଅନୁପାତ ହ୍ରାସ ପାଇ ବିଗତ ସାତ ବର୍ଷର ସର୍ବନିମ୍ନ ସ୍ତର ୫.୦କୁ ଖସି ଆସିଛି।
– ପୁଞ୍ଜି ବିପତ୍ତି ଭାରଯୁକ୍ତ ସମ୍ପତ୍ତି ଅନୁପାତ ବା କ୍ୟାପିଟାଲ-ଟୁ-ରିସ୍କ ୱେଟେଡ୍‌ ଆସେଟନ୍ସ ରେସିଓ (ସିଆରଏଆର) ଏବେ ସୁଦ୍ଧା ୧୬.୦ ସ୍ତରରେ ବଜାୟ ରହିଛି।
– ଦେବାଳିଆ ଏବଂ ଦେବାଳିଆପଣ ସଂହିତା (ଆଇବିସି) ଜରିଆର ଏସସିବି ଲାଗି ସୁଧାର ହାର ଅନ୍ୟ ଚାନେଲ ତୁଳନାରେ ଆର୍ଥିକ ବର୍ଷ ୨୦୨୨ରେ ସର୍ବାଧିକ ରହିଥିଲା।
ମୂଲ୍ୟ ଏବଂ ଦରବୃଦ୍ଧି : ସଫଳତାପୂର୍ବକ ସନ୍ତୁଳନ ସ୍ଥାପନ
– ଗୋଟିଏ ପଟେ ତିନିରୁ ଚାରି ଦଶନ୍ଧି ଦୀର୍ଘ ଅନ୍ତରାଳ ପରେ ବିକଶିତ ଦେଶରେ ଆକାଶଛୁଆଁ ଦରଦାମ୍‌ ବୃଦ୍ଧି ପୁଣିଥରେ ଦେଖିବାକୁ ମିଳିଛି, ଅନ୍ୟପଟେ ଭାରତରେ ଦରବୃଦ୍ଧି ନିର୍ଦ୍ଦିଷ୍ଟ ସୀମାରେ ଆବଦ୍ଧ ହୋଇ ରହିଛି।
– ଦେଖିବାକୁ ଗଲେ ଭାରତରେ ଖୁଚୁରା ମୁଦ୍ରାସ୍ଫିତୀ ହାର ଏପ୍ରିଲ ୨୦୨୨ରେ ବୃଦ୍ଧି ପାଇ ୭.୮ ପ୍ରତିଶତର ଶୀର୍ଷ ସ୍ତରରେ ପହଞ୍ଚି ଯାଇଥିଲା ଯାହାକି ଆରବିଆଇର ୬ ପ୍ରତିଶତ ସର୍ବୋଚ୍ଚ ସୀମା ଠାରୁ ଅଧିକ ଥିଲା, କିନ୍ତୁ ଭାରତରେ ଲକ୍ଷ୍ୟ ଧାର୍ଯ୍ୟ ସୀମା ଠାରୁ ଅଧିକ ଥିବା ମୁଦ୍ରାସ୍ଫିତୀ ହାର ବିଶ୍ବର ଅନ୍ୟ ସ୍ଥାନଗୁଡ଼ିକ ତୁଳନାରେ ଦୁନିଆର ସର୍ବନିମ୍ନ ମୁଦ୍ରାସ୍ଫିତୀ ହାର ମଧ୍ୟରୁ ଅନ୍ୟତମ ରହିଥିଲା।
– ସରକାର ମୂଲ୍ୟ ବୃଦ୍ଧିକୁ ଗୋଟିଏ ପରିଧି ମଧ୍ୟରେ ରଖିବା ଲାଗି ବହୁମୁଖ ରଣନୀତି ଆପଣାଇଥିଲେ:
– ପେଟ୍ରୋଲ ଓ ଡିଜେଲ ରପ୍ତାନି ଶୁଳ୍କରେ ଏକାଧିକ ପର୍ଯ୍ୟାୟରେ ହ୍ରାସ କରାଯାଇଥିଲା।
– ପ୍ରମୁଖ କଞ୍ଚା ମାଲ ଉପରେ ଆମଦାନୀ ଶୁଳ୍କକୁ କମାଇ ଶୂନ୍ୟ କରି ଦିଆଯାଇଥିଲା, ଅନ୍ୟପଟେ ଲୁହାପଥର ଏବଂ କନସେଣ୍ଟେଟ୍ସ ର ରପ୍ତାନି ଉପରେ ଦେୟ ଟିକସକୁ ୩୦ ପ୍ରତିଶତରୁ ବଢ଼ାଇ ୫୦ ପ୍ରତିଶତ କରି ଦିଆଯାଇଥିଲା।
– କପା ଆମଦାନୀ ଉପରେ ଦେୟଯୋଗ୍ୟ ସୀମା ଶୁଳ୍କକୁ ୧୪ ଏପ୍ରିଲ ୨୦୨୨ ଠାରୁ ଆରମ୍ଭ କରି ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଛାଡ଼ କରି ଦିଆଯାଇଥିଲା।
– ଏଚଏସ କୋଡ ୧୧୦୧ ଅଧୀନରେ ଗହମ ଉତ୍ପାଦର ରପ୍ତାନି ଉପରେ ଅଙ୍କୁଶ ଲାଗୁ କରାଯାଇଥିଲା ଏବଂ ଚାଉଳ ଉପରେ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା।
– କଞ୍ଚା ଏବଂ ପରିଶୋଧିତ ପାମ ଅଏଲ, କଞ୍ଚା ସୋୟାବିନ ତେଲ ଏବଂ କଞ୍ଚା ସୂର୍ଯ୍ୟମୁଖୀ ତେଲ ଉପରେ ଦେୟ ମୌଳିକ ଶୁଳ୍କ ହ୍ରାସ କରାଯାଇଥିଲା।
– ଆରବିଆଇ ଦ୍ୱାରା ଅଗ୍ରୀମ ଟିକସ ଉପରେ ଗାଇଡାନ୍ସ ଜାରି କରାଯାଇ ପ୍ରତ୍ୟାଶିତ ମୁଦ୍ରାସ୍ଫିତୀ ଆକଳନକୁ ନିୟନ୍ତ୍ରିତ କରି ରଖିବା ଏବଂ ଏହା ସହିତ ଉଚିତ ମୁଦ୍ରା ନୀତି ଆପଣାଇବା ଫଳରେ ଦେଶରେ ଦରଦାମ ବୃଦ୍ଧିକୁ ସଠିକ ମାର୍ଗରେ ରଖିବାର ସହାୟତା ମିଳିଥିଲା।
– ବ୍ୟବସାୟୀ ଏବଂ ପରିବାର ଉଭୟଙ୍କ ପାଇଁ ଆଗାମୀ ବର୍ଷ ଲାଗି ମୁଦ୍ରାସ୍ଫିତୀ ଅନୁମାନ ଚଳିତ ଆର୍ଥିକ ବର୍ଷରେ କମ ହୋଇଯାଇଛି।
– ସରକାରଙ୍କ ଦ୍ୱାରା ଆବାସିକ କ୍ଷେତ୍ରରେ ଠିକ ସମୟରେ ନୀତିଗତ ଉପାୟ କରାଯିବା ଏବଂ ଏହା ସହିତ ଆବାସ ଋଣ ଉପରେ ସୁଧ ଦରକୁ କମ ରଖାଯିବା ଫଳରେ ଆବାସ କ୍ଷେତ୍ରରେ ଚାହିଦା ବଢ଼ାଇବାରେ ଯଥେଷ୍ଟ ସହାୟତା ମିଳିଥିଲା ଏବଂ ଅଧିକ ସଂଖ୍ୟାରେ କ୍ରେତା ୨୦୨୩ ବର୍ଷ ସମୟରେ ଶସ୍ତା ଆବାସ ଆଡ଼କୁ ଆକର୍ଷିତ ହୋଇଥିଲେ।
– ସଂଯୋଜିତ ଆବାସ ମୂଲ୍ୟ ସୂଚକାଙ୍କ ବା କମ୍ପୋଜିଟ୍‌ ହାଉସିଂ ପ୍ରାଇସ ଇଣ୍ଡାଇସେସ (ଏଚପିଆଇ)ର ଆକଳନ ଏବଂ ଆବାସ ମୂଲ୍ୟ ସୂଚକାଙ୍କ ସହ ଜଡ଼ିତ ବଜାର ମୂଲ୍ୟରେ ସାମଗ୍ରିକ ବୃଦ୍ଧି ହେବା, ପୁଣିଥରେ ଆବାସିକ କ୍ଷେତ୍ରର ଦ୍ରୁତ ବିକାଶର ସଙ୍କେତ ଦେଉଛି। ଏଚପିଆଇରେ ସ୍ଥିର ଠାରୁ ଆରମ୍ଭ କରି ମାମୁଲି ବୃଦ୍ଧି ହେବା ଫଳରେ ପରିସମ୍ପତ୍ତିର ମୂଲ୍ୟ ବଜାୟ ରହିବାର ଦୃଷ୍ଟିରୁ ଘର ମାଲିକ ଏବଂ ଆବାସ ଋଣ ପ୍ରଦାନକାରୀଙ୍କ ବିଶ୍ୱାସ ବୃଦ୍ଧି ପାଉଛି।
– ଭାରତର ମୁଦ୍ରାସ୍ଫିତୀ ପରିଚାଳନା ବିଶେଷ ଉଲ୍ଲେଖନୀୟ ରହିଛି, ଯାହାକି ବିକଶିତ ଦେଶର ବର୍ତ୍ତମାନର ସ୍ଥିତିର ସମ୍ପୂର୍ଣ୍ଣ ବିପରୀତ ଅଟେ କାରଣ ସେମାନେ ଏବେ ସୁଦ୍ଧା ଦରଦାମ ବୃଦ୍ଧି ସହ ସଂଘର୍ଷ କରୁଛନ୍ତି।