Odiapua.com

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗସ୍ତ ଜମାକାରିଙ୍କ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତି ବୈଠକ

ମାଲକାନଗିରି,୨୯ା୧୨ (ଓଡିଆ ପୁଅ) ରାଜ୍ୟସରକାର କ୍ଷତିଗସ୍ତଙ୍କୁ ଟଙ୍କା ଫେରାଇବାରେ ବିଫଳ ହୋଇଥିବାରୁ  ଜାନୁଆରୀ ମାସ୨୧ତାରିଖରେ ରାଜରାସ୍ତାକୁ ଓହ୍ଲାଇ ସତ୍ୟାଗ୍ରହ କରିବେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗସ୍ତ ଜମାକାରି ମାନେ । ମାଲକାନଗିରି ତାରିଣୀମନ୍ଦିର ପୀଠରେ ଜମାକାରୀ ମିଳିତ ମଚଂର ପ୍ରଦୀପ କୁମାର ମହାରଣା ଙ୍କ ଅଧ୍ୟକ୍ଷତାରେ ଜାମାକାରୀ ମାନଙ୍କୁ ନେଇ ଏକ ଜରୁରୀ କାଳିନ ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗସ୍ତଙ୍କ ମିଳିତ ମଚଂର ରାଜ୍ୟ ସଭାପତି ଜୟନ୍ତ ଦାସ ଯୋଗଦେଇ ରାଜ୍ୟସରକାର ଜମାକାରୀଙ୍କୁ ଯେଭଳି ପ୍ରତାରିତ କରିଛନ୍ତି ତାର ସୁଚନା ଦେଇ କହିଥିଲେ କମ୍ପାନୀ ଆଇନ,ସେଭିଂ ଆଇନ,କେଲକ୍ଟିଭ ିନଭେଷ୍ଟମେଟଂ ସ୍କିମ ଆଇନ,ମଲ୍ଟିଷ୍ଟେଟ କୋଅପରେଟିଭ ଆଇନପ୍ରଣୟନ କଲେ କେନ୍ଦ୍ର ସରକାର,କମ୍ପାନୀ,ସମବାୟ ଓ ମାଇକ୍ରୋ ଫାଇନାନ୍ସ କୁ ଜନ୍ମ ଦେଲେ ସରକାର,ସେମାନେ ଠକେଇ କଲାପରେ ତାଙ୍କୁ ସିଲ କଲେ ସରକାର,ଗିରଫ ଓ ସମ୍ପିତି ଜବତ କଥା ନିଲାମ କରୁଛନ୍ତି ସରକାର । ଟଙ୍କା ଫେରସ୍ତ ବେଳେ ସରକାର ଛୋଟ ବଡ ନାମରେ ଜମାକାରୀ ବିଭାଜନ କଲେ ଛାଡିବେ ନାହିଁ ସମୂହ ଜମାକାରୀ ।୧୨ଶହ କମ୍ପାନୀ ବିରୁଦ୍ଧରେ ୬ଶହ କେସ ପଜିଂକରଣ କରି ତଦନ୍ତ ନକରି ନୀରବ ଦ୍ରଷ୍ଟା ସାଜିଛନ୍ତି ସରକାର । ଓଡିଶାର ଜମାକାରୀ ସ୍ୱାର୍ଥ ରକ୍ଷା ଆଇନର ସ୍ୱତନ୍ତ୍ର ଆଦାଲତ ମାନଙ୍କରେ ସୁବଆଡେ ବିଚାରପତି ପଦବୀ ପୁରଣ କରାଯାଉନାହିଁ । ସରକାର ତୁରନ୍ତ ଜମାକାରୀ ମାନଙ୍କ ଅର୍ଥ ଫେରାଇବାର ବ୍ୟବସ୍ଥା ନକଲେ ଆସନ୍ତା୨୧ତାରିଖରେ ମାଲକାନଗିରି ରେ ଜମାକାରୀ ମାନେ ଗଣସତ୍ୟାଗ୍ରହ କରିବା ପାଇଁ ନିସ୍ପତି ନିଆଯାଇଛି ବୋଲି ଶ୍ରୀ ଦାସ ସୁଚନା ଦେଇଛନ୍ତି । ଏହି ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଜଗଦୀଶ ଚନ୍ଦ୍ର ବେପାରୀ,ଅଖିଳ ଚନ୍ଦ୍ର ତାପାଲି,ଭଗତ ଦୋରା,ପୀତାମ୍ବର ଖେମୁଡୁ,ସୁନାଧର ବାକା,ବିୟ ଭତ୍ରା,ଜୟ କ୍ରୀସାନୀ, ଟି. ରତ୍ନା,ଗୀତାଜଂଳି ମହାପାତ୍ର,ସୁକୁରା କବାସୀ ପ୍ରମୁଖ ଶତାଧିକ ଆର୍ଥିକ ଜମାକରି ଉପସ୍ଥିତ ରହି ସେମାନଙ୍କର ମତ ଉପସ୍ଥାପନ କରିଥିଲେ ।