Odiapua.com

ଆର୍ଥିକ ଅଭିବୃଦ୍ଧିରେ ମୋଦି ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ: ଧର୍ମେନ୍ଦ୍ର

ଭୁବନେଶ୍ଵର,୨୨/୦୯,(ଓଡ଼ିଆ ପୁଅ ପି ନାଏକ): ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ବିଶିଷ୍ଟ କରିବା ପାଇଁ ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ବିଗତ କିଛି ଦିନରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପର ପ୍ରଭାବ ସବୁ ସ୍ତରରେ ଅନୁଭୁତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଭାରତ ସରକାର ନେଇଥିବା ସକାରାତ୍ମକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏବେ ଏସିଆ ମହାଦେଶରେ କମ୍ପାନୀ ମାନଙ୍କ ଉପରେ ସବୁଠୁ କମ୍ ଟିକସ ଲାଗୁ କରୁଥିବା ଦେଶ ଭାବରେ ଭାରତ ଆଗକୁ ଆସିଛି । ଏବେ ଭାରତର କର୍ପୋରେଟ ଟ୍ୟାକ୍ସ ସିଙ୍ଗାପୁର ସହ ସମାନ ହୋଇଛି । ଏହା ମୋଦି ସରକାରଙ୍କର ଏକ ଐତିହାସିକ ନିର୍ଣ୍ଣୟ ।