Odiapua.com

ଆରମ୍ଭ ହେଲା ପ୍ରସିଦ୍ଧ ଝୁଲଣ ଯାତ୍ରା

ପୁରୀ ୩୦-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ) ଆରମ୍ଭ ହୋଇଛି ଝୁଲଣ ଯାତ୍ରା। ଚଳିତ ବର୍ଷ କୋରନା ପାଇଁ ଫିକା ପଡିଯାଇଛି। ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ ହେବା ସହିତ ଏହା ୭ଦିନ ବ୍ୟାପି ଚାଲିବ। ଝୁଲଣ କୁଞ୍ଜରେ ବିଜେ ହେବେ ମହାପ୍ରଭୁ, କୁଞ୍ଜରେ ଝୁଲିବେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନ। ସେହିପରି ସହରରେ ଥିବା ବିଭିନ୍ନ ମଠବାଡିରେ ମଧ୍ୟ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଝୁଲଣରେ ବିଭିନ୍ନ ମଠବାଡି ଗୁଡିକୁ ରଙ୍ଗ ବେରଙ୍ଗୀ ଆଲୋକରେ ସୁସଜ୍ଜିତ କରାଯାଇଥାଏ ଏବଂ ପ୍ରତ୍ୟେକ ସଂନ୍ଧ୍ୟୀରେ ପ୍ରାରମ୍ପରୀକ ସଂଙ୍ଗୀତ କାର୍ଯ୍ୟକ୍ରମ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ୍ -୧୯ ଧାରା ଲାଗୁ ହୋଇଥିବାରୁ ଭକ୍ତ ଓଶ୍ରଦ୍ଧାଳୁ ମାନେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ପ୍ରବେଶ ନକଲେ ମଧ୍ୟ ଠାକୁର ମାନଙ୍କର ରୀତିନୀତି ଠିକଭାବେ କରାଯିବ। ଶ୍ରୀମନ୍ଦିରରେ ଏଥିପାଇଁ ସ୍ୱତନ୍ତ୍ର ନୀତି କରାଯାଇଥାଏ। ମହାପ୍ରଭୁଙ୍କା ମଧ୍ୟାନ୍ନ ଧୂପପରେ ତିନି ବାଡରେ ସର୍ବାଙ୍ଗ ଲାଗି ଓ ବେଶ ହେବ। ମହାଜନ ମାନେ ସିଂହାସନରୁ ଲକ୍ଷ୍ମୀ, ସରସ୍ୱତୀଙ୍କୁ ଓ ଦକ୍ଷୀଣ ଘରୁ ମଦନମୋହନକୁ ଆଣି ଫଟଶେଜରେ ବିଜେ କରାଇବେ। ପୂଜାପଣ୍ଡା ସାମନ୍ତ ମାଣ୍ଡୁଅ ଭୋଗ ଅର୍ପଣ କରିବା ପରେ ତିନିବାଡରେ ଆଳତୀ ହେବ।ଏହାପରେ ୩ ମୂର୍ତ୍ତିଙ୍କୁ ଝୁଲଣ ମଣ୍ଡପ ଦୋଳୀରେ ବିଜେ କରାଯିବ। ବିଡିଆପାନ ମଣହି କରାଯିବ। ମନ୍ଦିରରେ ସଂନ୍ଧ୍ୟାଧୂପ ସରିଲେ ଝୁଲଣ ଠାରେ ପଚଂଉପଚାରେ ପୂଜା ହବ। ଭୋଗପରେ ବନ୍ଦାପନା ହେବ। ମନ୍ଦିର ଭିତରେ ଚନ୍ଦନ ଲାଗି ସରିବା ପରେ ଝୁଲଣ କୁଞରେ ବିଜେ ମଦନମୋହନ କୁ ଦକ୍ଷିଣ ଘରକୁ ଓ ଦୁଇ ଠାକୁରାଣୀଙ୍କୁ ଗର୍ଭ ଗୃହକୁ ବିଜେ କରାଇବେ। ଝୁଲଣ ଯାତ୍ରା ପାଇଁ ମୁକ୍ତି ମଣ୍ଡପ ଉପରେ ଓ ସମୁଖ ପାଶ୍ୱରେ ସାଜସଜା କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହହଚିଂଛି। ସେହିପରି ମଠ ବାଡି ଗୁଡିକରେ ସାଜସଜା କାର୍ଯ୍ୟ ଶେଷ ହୋଇଛି।