Odiapua.com

ଆରମ୍ଭ ହେବ ସଂଘ ଶିକ୍ଷା ବର୍ଗ

ଭୁବନେଶ୍ୱର ୫ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ (ଆରଏସଏସ)ରେ ଦୁଇଟି ବିଷୟ ଉପରେ ସର୍ବାଧିକ ଗୁରୁତ୍ୱ ଦିଆ ଯାଇଥାଏ। ଗୋଟିଏ ହେଲା ଦୈନିକ ଶାଖା ଏବଂ ଦ୍ଵିତୀୟଟି ହେଲା ସଙ୍ଘର ଶିକ୍ଷା ବର୍ଗ। ସଂଘ ଶିକ୍ଷା ବର୍ଗରେ ଅତ୍ୟନ୍ତ କଠୋର ଅନୁଶାସନ ମଧ୍ୟରେ ସ୍ୱୟଂ ସେବକମାନେ ଶିକ୍ଷାର୍ଥୀ ଭାବରେ ଶିକ୍ଷା ଗ୍ରହଣ କରିଥାଆନ୍ତି। ଏହା ସଂଘର ଏକ ନିୟମିତ କାର୍ଯ୍ୟକ୍ରମ। ପ୍ରତ୍ୟକ ବର୍ଷ ଗ୍ରୀଷ୍ମଋତୁ ସମୟରେ ହିଁ ଏହି ବର୍ଗ ହୋଇଥାଏ। ବର୍ଗ ବିଭିର୍ଣ୍ଣ ସ୍ତରରେ ହୋଇଥାଏ। ପ୍ରତ୍ୟକ ସ୍ୱୟଂ ସେବକକୁ ପ୍ରଥମେ ପ୍ରାଥମିକ ବର୍ଗ କରିବାକୁ ହୋଇଥାଏ। ଏହାର ଅବଧି ୭ ଦିନ ହୋଇଥାଏ। ଏହାପରେ ପ୍ରଥମ ବର୍ଷ, ଦ୍ଵିତୀୟ ବର୍ଷ ଏବଂ ଶେଷରେ ତୃତୀୟ ହୋଇଥାଏ ଏବଂ ତୃତୀୟ ବର୍ଷ ବର୍ଗ ନାଗପୁର ସ୍ଥିତ ସଂଘ ମୁଖ୍ୟାଳୟ କେଶବଧାମଠାରେ ହୋଇଥାଏ। ବର୍ଗରେ ଶାରୀରିକ ବିକାଶ ତଥା ବୌଦ୍ଧିକ ବିକାଶ ଉପରେ ଶିକ୍ଷା ଖସଡ଼ା ରହିଥାଏ।

ଚଳିତ ବର୍ଷ ହେଉଥିବା ବର୍ଗମାନଙ୍କ ମଧ୍ୟରେ ପ୍ରାଥମିକ ବର୍ଗ, ଗଞ୍ଜାମ ବିଭାଗ କୁକୁଡାଖଣ୍ଡି ସ୍ଥିତ ଶିଶୁ ମନ୍ଦିରଠାରେ ୭ ଜୁନରୁ ୧୫ ଜୁନ ପର୍ଯ୍ୟନ୍ତ ହେବ।

ସେହିପରି ପ୍ରଥମ ବର୍ଷ (ସାମାନ୍ୟ)
୧୩ ମେରୁ ଜୁନ ୩ ପର୍ଯ୍ୟନ୍ତ ଯାଜପୁର ରୋଡ଼ ମଧୁସୂଦନ ନଗର ସ୍ଥିତ ଶିଶୁ ମନ୍ଦିରଠାରେ ହେବ। ଦ୍ଵିତୀୟ ବର୍ଷ (ସାମାନ୍ୟ) ୨୦ ମେ ରୁ ୧୦ଜୁନ ସାରଦା ବିଦ୍ୟା ମନ୍ଦିର, ରାଇଗଞ୍ଜ, ଉତ୍ତର ବଙ୍ଗରେ ହେବ। ତୃତୀୟ ବର୍ଷ ସାମାନ୍ୟ ୧୩ ମେ’ରୁ ୦୭ ଜୁନ ନାଗପୁର, ମହାରାଷ୍ଟ୍ରରେ ହେବ ଏବଂ ସେହିପରି ପ୍ରଥମ ବର୍ଷ (ବିଶେଷ) ୬ମେ ରୁ ୨୬ ମେ ପର୍ଯ୍ୟନ୍ତ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଠାରେ ହେବ ଏବଂ ଦ୍ଵିତୀୟ ବର୍ଷ (ବିଶେଷ)
ମେ ୧୬ରୁ ଜୁନ ୫ ପର୍ଯ୍ୟନ୍ତ ଆସାମର ଗୌହାଟୀ ଠାରେ ହେବ ବୋଲି ଜଣାପଡ଼ିଛି।