Odiapua.com

ଆରବସାଗର ଜାହାଜ ବୁଡି ଦୁର୍ଘଟଣାରେ ଚାନ୍ଦବାଲି ଯୁବକଙ୍କ ମୃତ୍ୟୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପରେ ଘରେ ପହଞ୍ôଚଲା ମୃତଦେହ

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିକଟରେ ସଂଗଠିତ ସାମୁଦ୍ରିକ ବାତ୍ୟା ‘ତାଉକ୍‌ତେ’ ପ୍ରଭାବରେ ଏକ ପଣ୍ୟବାହୀ ଜାହାଜ ବୁଡି ଘଟଣାରେ ମୃତ୍ୟୁବରଣ କରିଥିବା ଭଦ୍ରକ ଜିଲା ଚାନ୍ଦବାଲି ଅଂଚଳର ଓଡ଼ିଆ ଯୁବକଙ୍କ ମୃତଦେହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପରେ ତାଙ୍କ ଘରେ ପହଞ୍ôଚ ପାରିଛି । ତେବେ ଗତକାଲି ବିଳମ୍ବିତ ରାତିରେ ମୃତ ଯୁବକର ସଂସ୍କାର ନିଜ ଗ୍ରାମରେ ଏକ ଶୋକାକୁଳ ପରିବେଶରେ ସଂପନ୍ନ ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଗତ ୧୮ ତାରିଖରେ ସାମୁଦ୍ରିକ ବାତ୍ୟା ‘ତାଉକ୍‌ତେ’ ଯୋଗୁଁ ମୁମ୍ବାଇଁ ଠାରୁ ୬୫ କିମି ଦୂରରେ ଆରବସାଗରରେ ମାସୁ ଆସୋସିଏଟ୍ ସଂସ୍ଥାର ପି-୩୦୫ ନାମକ ଏକ ପଣ୍ୟବାହୀ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡିଯାଇଥିଲା । ଏହି ଜାହାଜରେ ଓଡ଼ିଶାର ଭଦ୍ରକ ଜିଲା ଚାନ୍ଦବାଲି ବିଜ୍ଞାପିତ ଅଂଚଳ ଅଧୀନସ୍ଥ କିସ୍ମତ ଗ୍ରାମନିବାସୀ ଓଡ଼ିଆ ଯୁବକ ଗୋଲେଖ ସାହୁ ମୃତ୍ୟୁବରଣ କରିଥିଲେ । ଏହି ଅଘଟଣାର ଖବର ପାଇବା ପରେ ମୃତ ଗୋଲେଖଙ୍କ ପରିବାର ଲୋକେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଗୋଲେଖଙ୍କ ମର ଶରୀର ନିଜ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଅନୁରୋଧ କରାଯାଇଥିଲା । ଫଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ହସ୍ତକ୍ଷେପରେ ତାହା କାର୍ଯ୍ୟକାରୀ କରାଯାଇଥିଲା ।