Odiapua.com

ଆରଡି ମେଡିକାଲ ଛାତରୁ ଖସିଲା ବଡ ପ୍ଲାଷ୍ଟର ଖଣ୍ଡ, ଅଳ୍ପକେ ବର୍ତ୍ତିଲେ ୧୦ ରୋଗୀ

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡିପୀଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କେତେକ ରୋଗୀ ଧାଡି ଦେଇ ଠିଆ ହୋଇଥିଲେ। ଏବଂ ଆଉ କେତେକ ରୋଗୀ ବସି ରହିଥିବାବେଳେ ହଠାତ୍ ଛାତରୁ ବଡ ପ୍ଲାଷ୍ଟର ଖଣ୍ଡ ଖସିବା ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ନିକଟରେ ଥିବା ୧୦ ରୋଗୀ। ଏପରିକି ଅନ୍ୟ ରୋଗୀ ଓ ସଂପର୍କୀୟ ଦୌଡି ବାହାରକୁ ପଳାଇ ଆସିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରର ଅନେକ ସ୍ଥାନରେ ଫାଟ ଦେଖା ଦେବା ସହ ଛାତ ସଂପୂର୍ଣ୍ଣ ଅସୁରକ୍ଷିତ ରହିଥିବା କହିଛନ୍ତି ସ୍ଥାନୀୟ ଲୋକ। ଏପରିକି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବର୍ତ୍ତମାନ ଆରଡି ସମେତ ଆଖପାଖ ଅଂଚଳରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ପ୍ରତିଦିନ ବହୁ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି। ହେଲେ ରୋଗୀ ଭିଡ ଜମାଇଥିବା ବେଳେ ହଠାତ୍ ଛାତରୁ ବଡ ପ୍ଲାଷ୍ଟର ଖଣ୍ଡ ଖସିଥିଲା। ଫଳରେ ସେ ସ୍ଥାନରୁ ତଳେ ଥିବା ୧୦ ଜଣ ଦୌଡି ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।