Odiapua.com

ଆରଡି ଛକରୁ ଚାରିଘରିଆ ଛକ କେନାଲବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନର ଅବେହଳା ଏବଂ ଅଦୂରଦର୍ଶିତା ଯୋଗୁଁ ଏବେ ଦୁଦ୍ଦର୍ଶା ଭୋଗୁଛନ୍ତି ୫ ଶହରୁ ଉଦ୍ଧ୍‌ରô୍ ପରିବାର । ଭଦ୍ରକ ସହର ତଳି ଅଂଚଳର ଆରଡି ଛକଠାରୁ ଚାରିଘରିଆ ଛକ ପଯ୍ୟର୍ନ୍ତ କେନାଲ ବନ୍ଧ ରାସ୍ତାର ଉଭୟ ପାଶ୍ୱର୍ରେ ଘରଦ୍ୱାର କରି ସ୍ଥାୟୀ ଭୋବ ବସତିସ୍ଥାପନ କରୁଥିବା ୫ ଶହରୁ ଉଦ୍ଧ୍‌ରô୍ ପରିବାରଙ୍କ ସକାଶେ ଏବେ କାଳ ହୋଇଛି ଏହି ରାସ୍ତା । ଦୀଘର୍ଦିନ ଧରି ରାସ୍ତାର ମରାମତି ଓ ରକ୍ଷଣୋବକ୍ଷଣ ହେଉନଥିବାରୁ ଏହି କେନାଲବନ୍ଧ ରାସ୍ତା ଏବେ ସାଧାରଣ ପଥଚାରୀ, ସ୍କୁଲ-କଲେଜ ଯାତାୟତ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସମ୍ପୂର୍ଣ୍ଣ ଭାବେ ଗମନାଗମନ ଅନୁପେଯାଗୀ ହୋଇପଡିଛି । ଆପାତକାଲିନ ସ୍ୱାସ୍ଥ୍ୟ ସେବା, ଅଗ୍ନିକାଣ୍ଡ ଭଳି ଜରୁରୀ ପରିସ୍ଥିତି ସମୟରେ ଏଠାକୁ ନା ଯାଇପାରୁଛି ଦମକଳ ନା ଆମ୍ବୁଲାନ୍ସ । ଯାଜପୁର କେନାଲ ଡିଭିଜନ ର ୮ ନମ୍ବର କେନାଲର ଅଂଶ ବିଶେଷ କୁହାଯାଉଥିବା ପ୍ରାୟ ୧.୫ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତା ଦେଇ ଦୈନିକ ଶହଶହ ଲୋକ ଚଳପ୍ରଚଳ ହେଉଥିଲେ ମଧ୍ୟ ବିଭାଗୀୟ ଅବହେଳା ଯୋଗୁ ଏହି ରାସ୍ତା ମାଟିଶୂନ୍ୟ ହୋଇ ଖାଲଖମାରେ ପରିଣତ ହୋଇପଡିଛି । ପରିସ୍ଥିତି ଏବେ ଏପରି ହୋଇଛି ଯେ ଯାତାୟତ ସମୟରେ ସାମାନ୍ୟତମ ଅସତର୍କ ହେଲେ ପଡି ଖଣ୍ଡିଆ ଖାବରା ହେବା ନିଶ୍ଚିତ ଅଟେ। କେବଳ ସେତିକି ନୁହେଁ, ଚାରିଘରିିଆ ଠାରେ ଏହି ରାସ୍ତାର କିଛି ଅଂଶକୁ କିଛି ଅସାଧୁ ବ୍ୟକ୍ତି ଜବରଦଖଲ କରି ନିଜ କବ୍‌ଜାରେ ରଖିବାକୁ ଚେଷ୍ଟା ଚଳାଇଛନ୍ତି । ଗମନାଗମନ ଦୃଷ୍ଟିରୁ ଏହି ରାସ୍ତାଟି ବେଶ ଗୁରୁତ୍ୱପୂଣ୍ୱ୍‌ର୍ ଅଟେ । ଭଦ୍ରକ ବନ୍ତଛକ ଠାରେ ବଢିଚାଲିଥିବା ଟ୍ରାଫିକଜାମ ରୋକିବା ସହିତ ଆରଡିଛକଠାରୁ ଚାରିଘରିଆଛକ ଭାୟା ବନ୍ତଛକ ରାସ୍ତାର ଦୂରତ୍ୱ ଅନ୍ୟୁନ ପକ୍ଷେ ୩କିମି ଦୂରତା ହ୍ରାସ ପାଇପାରିବ । ଏ ବାବଦେର ସ୍ଥାନୀୟ ଲୋକଙ୍କ ପକ୍ଷରୁ ଆଗତ ପିଟିସନ ଉପରେ ଭଦ୍ରକ ଜିଲ୍ଲାପାଳ ତା୧୧-୧୨-୨୦୧୮ରିଖର ଜନଶୁଣାଣି କରି ଯାଜପୁର କେନାଲ ଡିଭିଜନର କାଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ତିନିଦିନ ମଧ୍ୟରେ ଉକ୍ତ ରାସ୍ତାର ଷ୍ଟାଟସ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେଲ । ପ୍ରକାଶଥାଉକି କେନାଲର ଏହି ଅଂଶଟି ବହୁଦିନରୁ ଡିଫଣ ହୋଇ ଯାଇଥିବାରୁ ଉକ୍ତ ଅଂଚଳକୁ ଯାଜପୁର କେନାଲ ଡିଭିଜନ ରାଜସ୍ୱବିଭାଗକୁ ଭଦ୍ରକ ମାଷ୍ଟର ପ୍ଲାନିଂ ତା୧୬-୦୧-୨୦୧୭ରିଖରେ ହସ୍ତାନ୍ତରିତ କରିସାରିଛି । ଯାଜପୁର କେନାଲ ଡିଭିଜନ ଚିଠି ସଂଖା -୬୯୧୩(୨) ତା୦୬-୧୨-୨୦୧୮ରିଖ ଓ ଆଖୁଆପଦା କେନାଲ ସବ୍‌ଡିଭିଜନ ଚିଠି ସଂଖା-୭୯ ତା୦୭-୦୩-୨୦୧୯ରିଖରେ ସେମାନେ ଏହାକୁ ସ୍ପଷ୍ଟ କରଛନ୍ତି । ଭଦ୍ରକ ଜିଲ୍ଲାପାଳ ଲୋକଙ୍କ ହୀତ ଦୃଷ୍ଟିରୁ ଭଦ୍ରକ ମୁନିସିପାଲିଟି କିମ୍ବା ରାଜସ୍ୱବିଭାଗ ଦ୍ୱାରା କରାଇପାରେିବ ବୋଲି ପ୍ରସ୍ତାବ ଦେଇଛନ୍ତି । ହେଲେ ଜିଲ୍ଲାପ୍ରଶାସନ ନିରବଦ୍ରଷ୍ଟା ସାଜିବା ଫଳରେ ବନ୍ଧର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଅନେକ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଏ ନେଇ ସ୍ଥାନିୟ ଲୋକେ ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ବିଧାୟକଙ୍କ ଠାରେ ପୁନର୍ବାର ଲିଖିତ ଅଭେିଯାଗ କରିଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ କୌଣସି ଆଖିଦୃଶିଆ କାର୍ଯ୍ୟ ନହେଲେ ସେମାନେ ଆଇନର ଆଶ୍ରୟ େନେବ ବୋଲି ଚେତାବନୀ ଦେଇଛନ୍ତି ।