Odiapua.com

ଆରଟିଓଙ୍କୁ ଏହି ନିର୍ଦ୍ଦେଶ ଦେଲେ ପରିବହନ ସଚିବ

ନୂଆ ମୋଟର ଯାନ  ନିୟମ ୨୦୧୯ ଲାଗୁ ହେବା ପରେ ଓଡ଼ିଶା ସମେତ ସାରା ଦେଶରେ ଗାଡ଼ି ଚାଳକଙ୍କ ମନରେ ଛାନିଆ ପଶିଛି । ହେଲମେଟ୍‌ଠୁ ଆରମ୍ଭ କରି ପ୍ରଦୂଷଣ ସାର୍ଟିଫିକେଟ ପର୍ଯ୍ୟନ୍ତ ସବୁ କାଗଜ ପତ୍ର ତନତନ କରି ଯାଞ୍ଚ କରାଯାଉଛି । କେବଳ ଯେ ଛକମାନଙ୍କରେ ଯାଞ୍ଚ ହେଉଛି ତାହା ନୁହେଁ ଲୋକେ ଭାବି ନଥିବା ସ୍ଥାନରେ ବି ଟ୍ରାଫିକ ପୋଲିସ ଏବଂ ଆରଟିଓ ବାବୁମାନେ ଛିଡ଼ା ହୋଇଥିବା ଦେଖିବା ମାତ୍ରେ ଚାଳକଙ୍କ ହୋସ୍‌ ଉଡ଼ିବା ଭଳି ପରିସ୍ଥିତି ଉପୁଜିଛି ।

ନୂଆ ନିୟମ ଲାଗୁ ହେବାର ମାତ୍ର ୭ ଦିନ ବିତିଛି । ସେଥିରୁ ପୁଣି ଦୁଇ ଦିନ ଚେକିଂ ବନ୍ଦ ଥିଲା । ତେବେ ସରକାରଙ୍କ ଏହି ନିୟମକୁ କିଛି ଲୋକ ନିନ୍ଦା କରୁଥିବା ବେଳେ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି । ଅନ୍ୟପଟେ ଲୋକଙ୍କ ସ୍ୱାର୍ଥକୁ ଲକ୍ଷ୍ୟରେ ରଖି ଆରଟିଓ ଏବଂ ପୋଲିସର ଅଯଥା ଜୁଲମ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ  ହୋଇଛି ।