ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବିଜ୍ଞାପିତ ଅଂଚଳରେ ଦୁର୍ନୀତି ଏବେ ଚରମ ସୀମାରେ ପହଞ୍ôଚଛି । ଯାହାକୁ ଘଣ୍ଟ ଘୋଡାଇବା ପାଇଁ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପଛରେ ପଡିନାହାଁନ୍ତି । ଜଣେ ଆବେଦନକାରୀ ସୂଚନା ଅଧିକାର ଆଇନ୍ ବଳରେ ୮ଟି ପ୍ରଶ୍ନର ଉତ୍ତର ମାଗିଥିଲେ । ତେବେ ଏନ୍ଏସିର ପିଆଇଓ ୧ ଲକ୍ଷ ୫ ହଜାର ଟଙ୍କା ଡିପୋଜିଟ୍ କଲେ ତଥ୍ୟ ମିଳିବ ବୋଲି ଏବେ ଚିଠି କରିଛନ୍ତି । ଏଥିରେ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ଏକ ଅଭିନବ ପ୍ରୟାସ ବୋଲି ଆବେଦନକାରୀ ବାସୁଦେବ ଦାସ ଅଭିଯୋଗ କରିଛନ୍ତି । ଆବେଦନକାରୀ ଶ୍ରୀ ଦାସ ଚାନ୍ଦବାଲି ବିଜ୍ଞାପିତ ଅଂଚଳ ୨୦୧୭ ରେ ଘୋଷଣା ହେବା ପରଠାରୁ ୨୦୨୦ ମଧ୍ୟରେ ଅନେକ ଦୁର୍ନୀତି ହୋଇଥିବା (ଯାହା ଆହାର କେନ୍ଦ୍ରରେ କରୋନା ସମୟରେ ମାଗଣା ଦିଆଯାଉଥିବା ଖାଦ୍ୟର କୌଣସି ହିସାବ ମିଳୁନଥିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଠିକ୍ ଲୋକଙ୍କୁ ଦିଆନଯିବା, ଏନ୍ଏସିରେ ବେଆଇନ୍ ଭାବେ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ କିଣାଯିବା, ଆବଶ୍ୟକ ନଥିବା ପ୍ରୋଜେକ୍ଟ ଗୁଡିକୁ ଦିଆଯାଇ ଫଲସ୍ ବିଲ୍ କରାଯାଇଥିବା ଭଳି ଅନେକ ଦୁର୍ନୀତି) ସଂପର୍କରେ ସେ ଜାଣିବାକୁ ପାଇଥିଲେ । ଫଳରେ ଏହାର ସତ୍ୟାସତ୍ୟ ସଂପର୍କରେ ଆରଟିଆଇ ଆଇନ୍ ଅନୁଯାୟୀ ୮ଟି ପ୍ରଶ୍ନର ଉତ୍ତର ସେ ମାଗିଥିଲେ । ମାତ୍ର ଆବେଦନକାରୀଙ୍କୁ ୧ ଲକ୍ଷ ୫ ହଜାର ଟଙ୍କା ଦେଲେ ତଥ୍ୟ ଦିଆଯିବ ବୋଲି ସଂପୃକ୍ତ ପିଆଇଓ ଚିଠି କରିଛନ୍ତି । ପ୍ରକାରନ୍ତରେ ଏହା ଆବେଦନକାରୀଙ୍କୁ ତଥ୍ୟ ନଦେଇ ଦୁର୍ନୀତିକୁ ଘଣ୍ଟ ଘୋଡାଇ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବାର ଏହା ଏକ ଅଭିନବ ପ୍ରୟାସ ନୁହେଁକି! ଏଣୁ ଏ ସଂପର୍କରେ ଆବେଦନକାରୀ ଅଭିଯୋଗ କରିବା ସହ ଏଥିନେଇ କମିଶନରଙ୍କ ଦ୍ୱାରସ୍ଥ ହେବେବୋଲି କହିଛନ୍ତି । ଏ ସଂପର୍କରେ ସୂଚନା ଅଧିକାରୀ କର୍ମୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏନ୍ଏସିର ଜନସୂଚନା ଅଧିକାରୀ ସେକ୍ ମଜରୁଲ୍ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କହିବା ଅନୁସାରେ ସେ ଚିଠି କରିଛନ୍ତି । ତେବେ ଆମେ ନିୟମ ଅନୁସାରେ ଆବଶ୍ୟକ ଟଙ୍କା ରଖି ବଳକା ଫେରାଇ ଦେଉବୋଲି ସେ ସଫେଇ ଦେଇଛନ୍ତି । ଏଣୁ ଏଠାରେ ପ୍ରଶ୍ନ ଉଠେ ତଥ୍ୟ ଜାଣିବାକୁ ହେଲେ କଣ ଲକ୍ଷପତି ହେବା ଜରୁରୀ । ଏହି ଘଟଣା ବାସ୍ତବରେ ସରକାରଙ୍କ ସୂଚନା ଅଧିକାର ଆଇନ୍ ପ୍ରତି ଉପହାସ ନୁହେଁକି ବୋଲି ସୂଚନା ଅଧିକାର ଆଇନ୍ର ଜିଲା ଆବାହକ ବିଶ୍ୱକେଶରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ।