Odiapua.com

ଆରଏସଏସ ନେତା ପଦ୍ମ ଭୂଷଣ ଦର୍ଶନ ଲାଲଙ୍କ ଦେହାନ୍ତ

ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ନେତା ଦର୍ଶନ ଲାଲ ଜୈନଙ୍କର ସୋମବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା।

ସାମାଜିକ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜୈନ କିମ୍ବଦନ୍ତୀ ସରସ୍ୱତୀ ନଦୀର ସନ୍ଧାନରେ ମଧ୍ୟ ଜଡିତ ଥିଲେ। ସୋମବାର ହରିୟାଣାର ଯମୁନାନଗର ଜିଲ୍ଲାର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଅଛନ୍ତି।

ସାମାଜିକ କାର୍ଯ୍ୟରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୨୦୧୯ ରେ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସେ ହରିୟାଣାରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାରେ ମଧ୍ୟ ଜଡିତ ଥିଲେ।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ ମୃତ୍ୟୁରେ ଶୋକ ପ୍ରକଟ କରିଛନ୍ତି।