Odiapua.com

ଆରଏସଏସ ଇଶାରାରେ କାମ କରୁଛନ୍ତି ମୋଦୀ – ମୌଲାନା

ଭୁବନେଶ୍ୱର;୧୭,ଅକ୍ଟୋବର:ନାଗପୁର ତଥା ସଂଘ ଇଶାରାରେ କାମ କରୁଛନ୍ତି ପିଏମ ମୋଦୀ।ଏପରି ଅଭିଯୋଗ କରିଛନ୍ତି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ)ର ଅଧକ୍ଷ ମୌଲାନା ବଦରୁଦ୍ଦୀନ ଅଜମଲ।ସେ କହିଛନ୍ତି ଯେ ମୋଦୀ ନିର୍ବାଚନ ସମୟରେ ସାଧାରଣ ଜନତାଙ୍କୁ ଦେଇଥିବା ପ୍ରତିଶୃତି ଭୁଲି ଯାଇଛନ୍ତି।ତୈଳ ଦରରେ ଅହେତକ ବୃଦ୍ଧି କାରଣରୁ ପ୍ରତ୍ୟକ କ୍ଷେତ୍ରରେ ଦରବୃଦ୍ଧି ଘଟିଛି।ଲୋକେ ତ୍ରାହିତ୍ରାହି ଡାକୁଛନ୍ତି।ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହା ସଂଘ ପ୍ରମୁଖ ମୋହନ ଭାଗବତଙ୍କ ଏଜେଣ୍ଡା ଅନୁଯାୟୀ କାମ କରୁଛନ୍ତି।କଂଗ୍ରେସ ସହ ଏଆଇୟୁଡିଏଫର ମତଭେଦ କାରଣରୁ ଆସାମରେ ବିଜେପି ଜିତିଗଲା ବୋଲି କହିବା ସହ ଆଗାମୀ ନିର୍ବାଚନରେ ବିଜେପି ବିରୋଧୀ ମହାମେଣ୍ଟରେ ଏଆଇୟୁଡିଏଫ ସାମିଲ ହେବ ବୋଲି ବଦରୁଦ୍ଦୀନ ଘୋଷଣା କରିଛନ୍ତି।/ଦେବଦତ୍ତ