Odiapua.com

ଆମ ସଂକଳ୍ପ – ‘ନିଶା ନୁହେଁ ଜୀବନ” କାର୍ଯ୍ୟକ୍ରମ ଉଦଯାପିତ

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ବିଗତ ୩୧.୦୫.୨୦୨୫ ବିଶ୍ୱ ତମ୍ବାଖୁ ନିଷେଧ ଦିବସ ରୁ ଦୀର୍ଘ ୨୭ ଦିନ ଧରି ଚାଲିଥିବା ସଚେତନତା କାର୍ଯ୍ୟକ୍ରମ ଆଜି ୨୬.୦୬.୨୦୨୫ ଆନ୍ତର୍ଜାତିକ ନିଶା ନିବାରଣ ତଥା ଅବୈଧ ଚାଲାଣ ନିଷେଧ ଦିବସ ୨୦୨୫ ରେ ଉଦଯାପିତ ହୋଇଅଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ରୁ ସକାଳ ୯.୦୦ ଘଟିକା ସମୟରେ ସଚେତନତା ପଦ ଯାତ୍ରା ରୁ ଆରମ୍ଭ ହୋଇଥିଲା ଏହି ପଦ ଯାତ୍ରା ରେ ବ୍ରହ୍ମକୁମାରୀ ଶ୍ୱରାୟ ବିଦ୍ୟାଳୟ ର ସଦସ୍ୟ, ବିଭିନ୍ୟ ବିଦ୍ୟାଳୟର ଛାତ୍ର, ଛାତ୍ରୀ , ଜିଲ୍ଲାସାମାଜିକ ସୁରକ୍ଷା ବିଭାଗ ଓ ଅବକରୀ ବିଭାଗ ଅଂଶଗ୍ରହଣ କରିଥିଲେ। ଏହି ପଦଯାତ୍ରାକୁ ମାନ୍ୟବର ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମହୋଦୟ ପତାକା ଦେଖାଇ ଶୁଭାଆରମ୍ଭ କରିଥିଲେ। ଏହି ପଦଯାତ୍ରା ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ରୁ ଆରମ୍ଭ ହୋଇ ଟାଉନ ହଲ ଛକ ଦେଇ ଜିଲ୍ଲା ସଂକୃତି ଭବନ ରେ ସମାପିତ ହୋଇଥିଲା। ଜିଲ୍ଲା ସଂସ୍କୃତି ଭବନରେ ଉଦଯାପନୀ ସଭା ତଥା ଆନ୍ତର୍ଜାତିକ ନିଶା ନିବାରଣ ତଥା ଅବୈଧ ଚାଲାଣ ନିଷେଧ ଦିବସ ୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲ।ପାଳ ଦିଲୀପ୍ ରାଉତରାଏ ଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା, ଡେପୁଟୀ କଲେକ୍ଟର ତଥା ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ କାର୍ତିକ ନାଥ ମଣ୍ଡଲ, ଅବକାରୀ ଅଧିକ୍ଷକ ନରୋତମ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ଉଜଝଜ ର ଲକ୍ଟଙ୍କଦ୍ଭୟରକ୍ସ ଭଗବାନ ପରିଡ଼ା ଏବଂ ବ୍ରହ୍ମକୁମାରୀ ଭଉଣୀ ଉପସ୍ଥିତ ଥିଲେ। । ଏହି କାର୍ଯ୍ୟକ୍ରମ ରେ ସଚେତନତା କାର୍ଯ୍ୟକ୍ରମ ଅଂଶ ବିଶେଷ ରୂପେ ଜିଲ୍ଲା ସ୍ତରୀୟ ବକୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ପ୍ରତିଯୋଗିତାରେ ସାଫଲ୍‌ଯ ମଣ୍ଡିତ ହୋଇଥିବା କୃତୀ ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ବିଦ୍ୟାଳୟ ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରୁ ବିତର୍କ ପ୍ରତିଯୋଗିତାରେ ଆସ୍ଥା ନାୟକ, ସ୍ୱାସ୍ତିକ କର, ସୁପ୍ରିୟା ଗିରି, ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଅଂଶୁମାନ ସାମଲ, ପ୍ରାଥ ପ୍ରତିମ ବାରିକ, ଶୁଭଲକ୍ଷ୍ମୀ ଦାଶ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଅମିୟ ଦାସ, ଜାହ୍ନବୀ ବାରିକ, ସାଇ କଲ୍ପିତା ମହାରଣା ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେଲେ। ମହା ବିଦ୍ୟାଳୟ ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରୁ ବିତର୍କ ପ୍ରତିଯୋଗିତାରେ ଦେବାଶିଷ ରାଉତ, ତୃପ୍ତିତନୟା ପଣ୍ଡା, ଲକି ସାହୁ, ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଅନ୍ନପୂର୍ଣ୍ଣ। ସାହୁ, ସମୀର ଦୀପ ଦାସ, ରାମେଶ୍ୱରୀ ମହାପାତ୍ର, ଚିତ୍ରାଙ୍କନ ପ୍ରତିଯୋଗିତାରେ ଅରିଜୀତ ନାୟକ, ରଘୁନାଥ ପଣ୍ଡା, ବିଜୁଳି ଲତା ନାୟକ ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେଲେ । ସଭା ଶେଷରେ ଦାସ କାଠିଆ ପରିବେଷଣ ମାଧ୍ୟମରେ ନିଶା ନୁହେଁ ଜୀବନ ର ବାର୍ତା ପ୍ରଦାନ କରଯାଇଥିଲା ।