Odiapua.com

ଆମ ଗାଁ କଳମଛୁଇଁ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ତାଳଚେର,୨/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ଶ୍ରମିକ ଦିବସ ପାଳନ ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ “ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆମ ଗାଆଁ କଳମଛୁଇଁ” ପକ୍ଷରୁ ୧୩ତମ ରକ୍ତଦାନ ଶିବିର ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋପାଳପ୍ରସାଦ ଫାଣ୍ଡିର ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ରାଉତ, ସମ୍ମାନୀତ ଅତିଥି ଭାବରେ କଳମଛୁଇଁ ଗ୍ରାମ ସମ୍ପାଦକ ଯୁଗଳ କିଶୋର ସାହୁ, ବରିଷ୍ଠ ସ୍ୱେଚ୍ଛାସେବୀ ଯୋଗେନ୍ଦ୍ର ବେହେରା, ଗଗନ ବିହାରୀ ସାହୁ, ମନ୍ଦରଧର ସାହୁ ଓ ଆମ ଗାଆଁ କଳମଛୁଇଁ ଅନୁଷ୍ଠାନର ସଭାପତି ଲଳିତ ମୋହନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅନୁଗୋଳ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଡା.ଅସିତ୍ କୁମାର ପ୍ରଧାନ ରକ୍ତଦାତା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ରକ୍ତଭଣ୍ଡାର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ତତ୍ୱାବଧାନରେ ଡୋନର ରିକ୍ୟୁଟର ରମଣୀ ରଞ୍ଜନ ଗଡନାୟକ ନାମ ପଞ୍ଜିକରଣ କରିଥିଲେ । ଷ୍ଟାଫ ନର୍ସ ମନୋଜା ମଞ୍ଜରୀ ମହାପାତ୍ର ରକ୍ତ ସଂଗ୍ରହ କରିଥିଲା ବେଳେ ଜିତେନ୍ ଦାସ,ସିପୁନ୍ ବେହେରା,ପଦ୍ମନାଭ ପ୍ରଧାନ ଓ ରଣେଶ୍ୱର ମୁଖୀ ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସବ୍ୟସାଚୀ ସ୍ୱାଇଁ,କୋଷାଧ୍ୟକ୍ଷ ବାପି ସାହୁ,ଅନୀଲ କୁମାର ପ୍ରଧାନ, ରଙ୍ଗାଧର ନାୟକ,ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁ ରକ୍ତ ଶିବିର ପରିଚାଳନା କରିଥିବା ବେଳେ ନୀଳମଣି ପ୍ରଧାନ,ଶଙ୍କର୍ଷଣ ସ୍ୱାଇଁ,ସୌମ୍ୟରଞ୍ଜନ ସ୍ୱାଇଁ, ଶ୍ରୀକାନ୍ତ ବେହେରା, ବିପିନି ସ୍ୱାଇଁ,ଲିପୁ ସାହୁ,ଆଶିଷ କୁମାର ପ୍ରଧାନ,ଶୁଶାନ୍ତ ମୁଦୁଲି, ମାନସ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଲକ୍ ଡାଉନ ସମୟରେ ରକ୍ତର ଘୋର ଅଭାବ ରହୁଥିବା ବେଳେ ଏଥିରେ ମୋଟ ୩୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତଦାତାମାନଙ୍କୁ ରକ୍ତ ଭଣ୍ଡାର ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ମହାମାରୀ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ରକ୍ତଦାତାମାନେ ମୁହଁରେ ମାସ୍କ ପରିଧାନ କରି ରକ୍ତଦାନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ଭୂୟସୀ ପ୍ରଶଂସା କରାଯାଇ ଥିଲା ।