Odiapua.com

ଆମ ଓଡ଼ିଶା ନବୀନ ଓଡ଼ିଶାର ନୂତନ ଜିଲା ସଂଯୋଜକ ସଂଜୟ ଦାସଙ୍କ ସମ୍ବର୍ଦ୍ଧନା

ଭଦ୍ରକ, ୧୧ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଜେଡି ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶାର ନୂତନ ଜିଲା ସଂଯୋଜକ ଡାକ୍ତର ସଂଜୟ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ସୋମବାର ବ୍ଲକ ଅଧ୍ୟକ୍ଷାଙ୍କ ବାସଭବନ ପରିସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲା ବିଜୁ ମହିଳା ଦଳ ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତଲତା ନାୟକଙ୍କ ପୌରୋହିତ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବାସୁଦେବପୁର ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର କୁମାର ନାୟକ, ଜିଲା ସାଧାରଣ ସମ୍ପାଦକ ଆଇନଜୀବୀ ଚିନ୍ତାମଣି ଦାସ, ଜିଲା ସାଧାରଣ ସମ୍ପାଦକ ହରେକୃଷ୍ଣ ଜେନା, ଜିଲା କୋଷାଧ୍ୟକ୍ଷ ପ୍ରଦୀପ ପଣ୍ଡା, ପୂର୍ବତନ ସରପଞ୍ଚ ଶଶଧର ସାମଲ, ମହିଳା ନେତ୍ରୀ ଦେବକୀ ଦାସ, ବିଜେଡି ନେତା ଭୀମସେନ ବାରିକ, କମଳାକାନ୍ତ ଦାସ, ଶରତ ଦାସ, ଗଣେଶ ପ୍ରସାଦ ବିଶ୍ୱାଳ, ପ୍ରତାପ ଜେନା, ପ୍ରଫୁଲ୍ଲ ଦାସ, ସରପଞ୍ଚ ସୁପ୍ରଭା ପାଣି, ସମିତିସଭ୍ୟ ଜୀବନଜ୍ୟୋତି ପଲେଇ ପ୍ରମୁଖ ଯୋଗ ଦେଇ ଡାକ୍ତର ସଂଜୟ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ନୂତନ ଭାବେ ଆମ ଓଡ଼ିଶା ନବୀନ ଓଡ଼ିଶାର ଜିଲା ସଂଯୋଜକ ଦାୟିତ୍ୱ ଦେଇଥିବାରୁ ଜିଲାର ସମସ୍ତ ନେତା ଓ କର୍ମୀମାନେ ସାହାଯ୍ୟ ପାଇପାରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ପ୍ରତିଭା ଭାବେ ଡାକ୍ତର ସଂଜୟ ଦାସ ଯୋଗ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଯେଉଁ ଆଶା ଓ ଭରସା ରଖି ଦାୟିତ୍ୱ ଦେଇଛନ୍ତି ତାହା ସେ ସୁଚାରୁ ରୂପେ ତୁଲାଇବେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଗୌରୀଶଙ୍କର ଜେନା, ପବିତ୍ର ମୋହନ ମଲିକ, ସମିତିସଭ୍ୟ ଜୟପ୍ରକାଶ ମଲିକ, ଧର୍ମାନନ୍ଦ ବେହେରା, ଭାଗିରଥି ମଳିକ, ପ୍ରିୟବନ୍ଧୁ ମାଝୀ, ଜିଲାପରିଷଦ ପ୍ରତିନିଧି ଉମାକାନ୍ତ ସେଠୀ, ବିଜେଡି ନେତା ନିତ୍ୟାନନ୍ଦ ବେହେରା, ଧନଞ୍ଜୟ ନାୟକ, ବିଷ୍ଣୁମୋନ ଜେନା, ବିଶ୍ୱରଂଜନ ନାୟକ, ଅମର ମଲିକ, ଉତ୍ତମ କୁମାର ଦାସ, ରଂଜିତ ଦାସ, ପ୍ରଭାତ କୁମାର ଦାସ, ଅନୀଲ ନାୟକ, ନିର୍ମାଲ୍ୟ ଜେନା ପ୍ରମୁଖ ଯୋଗ ଦେଇ ଡା. ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।