Odiapua.com

ଆମ ଆଦିମ ପାର୍ଟି ରାଜ୍ୟ ଆବାହକ ଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ଜିଲ୍ଲାହସପିଟାଲ ପରିଦର୍ଶନ

ମାଲକାନଗିରି,୩ା୩ (ଓଡିଆ ପୁଅ ) ଆମ ଆଦିମ ପାର୍ଟିର ରାଜ୍ୟ ଆବାହାକ ନିଶିକାନ୍ତ ମହାପାତ୍ର ଆଜି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାଗସ୍ତରେ ଆସି ଆପ କାର୍ମକର୍ତାମାନଙ୍କ ସହି ଦଳିଅ ସାଙ୍ଗଠାନିକ କାର୍ଯ୍ୟ ସଂପର୍କରେ ଆଲୋଚନା କରିବା ସହ ଆଗାମି ଦିନର କାର୍ଯ୍ୟପନ୍ଥା ନିର୍ଦ୍ଦାରଣକରିଛନ୍ତି । ଦଳିୟ କର୍ମିମାନଙ୍କ ସହିତ ଜିଲ୍ଲାହସପିଟାଲ ପରିଦର୍ଶନ କରି ସେଠାରେ ରୋଗୀସେବା ସଂପର୍କରେ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ । କୋରକୁଣ୍ଡା ବ୍ଲକ ମାରିଓ୍ୟାର୍ଡା ଗ୍ରାମର ଗଙ୍ଗା ମାଡକାମି ନାମକ ଜଣେ ଆଦିବାସୀ ଯୁବକ ଗତକିଛି ମାସ ତଳେ ହାଦ୍ରାବାଦକୁ ଶ୍ରମିକ ଭାବେ କାମକରିବାକୁ ଯାଇଥିବା ବେଳେ କମ୍ପାନିରେ କାମକରୁଥିବା ସମୟରେ ଗତ ତିନିସପ୍ତାହ ତଳେ ବିଦ୍ୟୁତ ଆଘାତରେ ସେ ପ୍ରାୟ୭୫ଭାଗ ପୋଡିହୋଇ ଯାଇଥିଲେ । ସେ କମ୍ପାନି ତାଙ୍କୁ ହାଇଦ୍ରାବାଦ ସରକାରି ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରି କିଛି ଦାଇତ୍ୱ ନେଇଥିଲେ । ଏହା ଜାଣିବାପରେ ତାଙ୍କପରିବାର ସେଠାରୁ ଗଙ୍ଗାଙ୍କୁ ମାଲକାନଗରି ଧରିଆସିଥିଲେ । ଗଙ୍ଗା ମାଡକାମି ଏବେ ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସା ହେଉଥିବାର ଜାଣି ଆପ ପାର୍ଟିର ରାଜ୍ୟ ଆବାହକ ଶ୍ରୀ ମହାପାତ୍ର ପୋଡି ହୋଇଯାଇଥିବା ଗଙ୍ଗା ଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ମାଗଣାରେ ଉତମ ଚିକିତ୍ସା ସେବା ଯୋଗାଇ ଦବାପାଇଁ ହସପିଟାଲର ଡାକ୍ତର ମାନଙ୍କୁ ପରାମର୍ଶ ଦେଇଛନ୍ତି । ହାଇଦ୍ରବାଦ ଆମ ଆଦିମପାର୍ଟି ସଭାପତିଙ୍କ ସହିତ କଥା ହୋଇ ଗଙ୍ଗା ଯେପରି ସେ କମ୍ପାନିଠାରୁ କ୍ଷତିପୁରଣ ପାଇବେ ସେ ବ୍ୟବସ୍ଥା କରିଛନ୍ତି ।ଆପ ରାଜ୍ୟ ଆବାହକ ଶ୍ରୀ ମହାପାତ୍ର ଙ୍କ ସହିତ ଜିଲ୍ଲା ଆମଆଦିମପାର୍ଟିର ସଭାପତି କେ.ଦେଶି ରାଜୁ ଆଚାରୀ,ଲକ୍ଷମ୍ମି ଘରାମୀ,ପ୍ରମୋଦ ସାହୁ,ଗୋରାଖୁଟାଂ ସରପଚଂ ଏରା ପଡିଆମି ପ୍ରମୁଖ ଉପସ୍ଥିତ ଥିଲେ ।